ପ୍ରମୂଖ ଖବର
  • ସମ୍ବଲପୁର : ଲୁହା ଖଣ୍ଡ ପଡି ବୁଢାରାଜା ୟୁପି ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଅକ୍ଟୋବର ୨ ରୁ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ, ୧୪୭ ନିର୍ବାଚନ ମଣ୍ଡଳୀରେ ହେବ ପଦଯାତ୍ରା
  • ||
  • ଇସ୍ତଫା ଦେଲେ କର୍ଣ୍ଣାଟକର ମନ୍ତ୍ରୀ କେ.ଏନ. ରାଜନ୍ନା
  • ||
  • ମୟୂରଭଞ୍ଜ : ବାଇକ୍‌ ଦୁର୍ଘଣାରେ ୨ମୃତ, ଦୁଇ ଗୁରୁତର
  • ||
  • ବରଗଡ଼: ଫୁଟବଲ୍‌ ପଡ଼ିଆରୁ ନାବାଳିକା ଜଳିଯିବା ଘଟଣା , ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ଚାଲିଗଲା ଜୀବନ
  • ||
  • ସିବିଏସ୍‌ଇର ନୂଆ ନିୟମ; ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ନବମ ଶ୍ରେଣୀରେ ଲାଗୁ ହେବ
  • ||
  • ଭୁବନେଶ୍ୱର : ଦୟା ୱେଷ୍ଟ କୋନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍, ଆଜି ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ସୋମବାରଠୁ ଭାରତ-ପାକିସ୍ତାନ ସମରାଭ୍ୟାସ, ପହଲଗାମ ହମଲା ଓ ଅପରେସନ ସିନ୍ଦୂର ପରେ ଉଭୟ ଦେଶ ଦେଖାଇବେ ଦମ୍
  • ||
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ନିୟମ ବଦଲାଇଲା ଆମେରିକା, ଗ୍ରୀନକାର୍ଡରୁ ବଞ୍ଚିତ ହେବେ ୧.୩୪ ଲକ୍ଷ ଭାରତୀୟ ଶିଶୁ

Published By : Manoj | August 11, 2025 11:09 AM

ନୂଆଦିଲୀ,୧୧/୦୮: ଆମେରିକାର ସିଟିଜେନ୍‌ସିପ ଏବଂ ଇମିଗ୍ରେସନ ସର୍ଭିସ  (ୟୁଏସ୍‌ସିଆଇଏସ୍‌) ପକ୍ଷରୁ ନିକଟରେ ହୋଇଥିବା  ନିୟମ ପରିବର୍ତ୍ତନ ପ୍ରବାସୀ ଭାରତୀୟଙ୍କ ଲାଗି ଚିନ୍ତାର କାରଣ ପାଲଟିଛି । ଏଚ୍‌୧ବି ଭିସା ସମେତ ଅନ୍ୟ  ବର୍ଗ ଭିସାରେ ଥିବା ଭାରତୀୟ ପ୍ରବାସୀଙ୍କ ଶିଶୁ ମାନେ ଗ୍ରୀନ କାର୍ଡ ପାଇବାକୁ ଏଥିଯୋଗୁ ସମସ୍ୟା ଉପୁଜିବ ।  ଗ୍ରୀନ କାର୍ଡ଼ ଲାଗି ଧାର୍ଯ୍ୟ ବୟସ ସୀମା ଫ୍ରିଜ କରିବା ନିୟମକୁ ଏବେ ବାଦ ଦେଇଛି ଟ୍ରମ୍ପ ପ୍ରଶାସନ । ଫଳରେ ଅଭିଭାବକଙ୍କ ଆବେଦନରେ ଗ୍ରୀନ  କାର୍ଡ ପାଇଁ ଯୋଗ୍ୟ ହେବାକୁ ଥିବା ପ୍ରାୟ ୧.୩୪  ଲକ୍ଷରୁ ଉଦ୍ଧ୍ୱର୍ ଶିଶୁ ଏଥିରୁ ବଞ୍ଚିତ ହେବେ । ଏହି ପରିବର୍ତ୍ତନ ୧୫ ଅଗଷ୍ଟ କିମ୍ବା ଏହା ପରେ ହୋଇଥିବା ଷ୍ଟାଟସ ଆପ୍ଲିକେସନ ଗୁଡ଼ିକ ଲାଗି ଲାଗୁ ହେବ । 

ସଂଶୋଧିତ ନିୟମ ମୁତାବକ, ପିତାମାତାଙ୍କ  କାର୍ଡରେ ଗ୍ରୀନ କାର୍ଡ ପାଇବାକୁ ଅପେକ୍ଷାରେଥିବା  ଥିବା ଶିଶୁଙ୍କ ବୟସ ଧାର୍ଯ୍ୟ ଅବଧିରେ ୨୧ ଛୁଇଁଲେ ସେମାନେ କାର୍ଡ ପାଇବାକୁ ଯୋଗ୍ୟ ହେବେନି । ପୂର୍ବରୁ ବାଇଡେନ ପ୍ରଶାସନରେ ୨୧  ତମ ଜନ୍ମ ଦିନରେ ମଧ୍ୟ ଶିଶୁଙ୍କୁ ଏଭଳି କାର୍ଡ ପ୍ରଦାନ ଲାଗି ସୁରକ୍ଷା ଦିଆଯାଇଥିଲା । ଯାହାକୁ ଏବେ ବଦଳାଯାଇଛି । ଇମିଗ୍ରେସନ ବିଶେଷଜ୍ଞ  କହିଛନ୍ତି,ନିୟମ ପରିବର୍ତ୍ତନ ହେବା ଯୋଗୁ ପୂର୍ବ  ନିୟମ ଅନୁସାରେ ଗ୍ରୀନ କାର୍ଡ ଲାଗି ସୁରକ୍ଷା ପାଇଥିବା ଶିଶୁଙ୍କ ଲାଗି ବର୍ତ୍ତମାନ ସମସ୍ୟା ଉପୁଜିବ । କାରଣ ସେମାନଙ୍କ ଧାର୍ଯ୍ୟ ବୟସ  ସୀମା ଗଡ଼ିଯିବ । 

କାଟୋ ଇନଷ୍ଟିଚ୍ୟୁଟ ଇମିଗ୍ରେସନ  ଷ୍ଟଡି ନିର୍ଦ୍ଦେଶକ, ଏବେ ୧୦.୭ ଲକ୍ଷ ଭାରତୀୟ  ଶ୍ରମଜୀବି ଗ୍ରୀନକାର୍ଡ ପାଇବାକୁ ଅପେକ୍ଷାରେ  ରହିଛନ୍ତି । ମାତ୍ର ଗ୍ରୀନ କାର୍ଡ ଉପଲବ୍ଧ ହେବା  ବେଳକୁ ଧାର୍ଯ୍ୟ ବୟସ ସୀମା ଗଡ଼ିଯିବା କାରଣରୁ  ୧.୩୪ଲକ୍ଷ ଶିଶୁଙ୍କୁ ଗ୍ରୀନ କାର୍ଡ଼ ସୁବିଧା ମିଳିବନି । ଡିପାର୍ଟମେଣ୍ଟ ଅଫ୍‌ ହୋମଲ୍ୟାଣ୍ଡ୍‌ ପଲିସିର ପୂର୍ବତନ  ବରିଷ୍ଠ ଅଧିକାରୀ ଡୋଗ୍‌ ର‌୍ୟାଣ୍ଡ୍‌ କହିଛନ୍ତି, ଇମିଗ୍ରେସନ ସିଷ୍ଟମରେ ଏଭଳି ପରିବର୍ତ୍ତନ ଅନେକ ଲୋକଙ୍କୁ ସମସ୍ୟାରେ ପକାଇବ । ଗ୍ରୀନକାର୍ଡ ପାଇବା ସ୍ୱପ୍ନ ଧୂଳିସାତ ହୋଇଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.