ସୋନପୁର,୧୨।୧୧ : ସୁବର୍ଣ୍ଣପୁର ଜିଲ୍ଲା ରାମପୁର ପୁଲିସ ଶଙ୍କରଟିକିରା ଗ୍ରାମରେ ଚଢ଼ାଉ କରି ଜଣଙ୍କ ଘରୁ ବିପୁଳ ଗଞ୍ଜେଇ ଜବତ କରିଛି l ୧୩୭ଟି ପ୍ୟାକେଟରେ ମୋଟ ୧.୪୪ କୁଇଣ୍ଟାଲ ଗଞ୍ଜେଇ ସହ ଏକ ଥର ଗାଡି ଓ ଗୋଟି କାର ଜବତ କରିଛି। ଏଥିସହ ପୁଲିସ ୩ ଜଣଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତମାନେ ହେଲେ ଶଙ୍କରଟିକରା ଗ୍ରାମର ଭଗବାନ ସାହୁ ଓ ତାଙ୍କ ସହଯୋଗୀ ସଂଗ୍ରାମ ପାତ୍ର, ମଧ୍ୟପ୍ରଦେଶର ଦେବେନ ରାଜପୁତ। ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ୪୦ ହଜାର ୫୦ ଟଙ୍କା ହେବ।
୨ଟି କାରରେ ଗଞ୍ଜେଇ ଭର୍ତ୍ତି ହୋଇ ବୌଦ୍ଧ ଜିଲାରୁ ଶଙ୍କରଟିକରା ଗ୍ରାମକୁ ଆସୁଥିଲା।ରାମପୁର ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସେହି ଗାଡ଼ିକୁ ଗୋଡାଇ ଥିଲା l ତେବେ ଗଞ୍ଜେଇ ଭର୍ତ୍ତି କାର ପୁଲିସକୁ ଚକମା ଦେଇ ଭଗବାନ ଘର ନିକଟରେ ପହଞ୍ଚି ଯାଇଥିଲା। ତେବେ ଗାଡିରୁ ଭଗବାନ ଘରେ ଗଞ୍ଜେଇ ଅନଲୋଡ ବେଳେ ପୁଲିସ ପହଞ୍ଚି ଏହାକୁ ଜବତ କରିଥିଲା। ପୋଲିସ ଘରେ ଚଢ଼ାଉ କରି ୧୩୭ଟି ପ୍ୟାକେଟରୁ ଏକ କୁଇଣ୍ଟାଲ ୪୪କେଜି ଗଞ୍ଜେଇ ଜବତ କରିଛି।
ସେହିପରି ଗତ ୯ ତାରିଖରେ ଡୁଙ୍ଗୁରପାଲି ପୁଲିସ ଚଢାଉ କରି ୨ କୁଇଣ୍ଟାଲ୪୯ କେଜି ୬୧୦ ଗ୍ରାମ ଗଞ୍ଜେଇ ପୁଲିସ ଜବତ କରିଛି।