ପ୍ରମୂଖ ଖବର
  • ରାଜ୍ୟରେ ଆଉ ୮ ଶିଳ୍ପକୁ ମଞ୍ଜୁରୀ, ନିବେଶ ହେବ ୧ ଲକ୍ଷ ୫୧ ହଜାର ୨୩୯ କୋଟି ଟଙ୍କା, ଢେଙ୍କାନାଳରେ ବେଦାନ୍ତ କରିବ ପ୍ଲାଣ୍ଟ
  • ||
  • ଜୁନାଗଡ଼ରେ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ, ଅଟୋ ଡ୍ରାଇଭର ଗୁରୁତର
  • ||
  • ଗୁଣପୁର : ବଜ୍ରପାତରେ ୨ ମହିଳା ମୃତ
  • ||
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ହରଭଙ୍ଗାରେ ଅବହେଳିତ ୧୫୦ ବର୍ଷର ପୁରୁଣା ବିଦ୍ୟାଳୟ, ପୁରୁଣା ଟିଣ କୋଠା ଘରେ ଚାଲିଛି ପାଠପଢା

Published By : Harapriya Sethi | June 16, 2025 12:04 PM

ହରଭଙ୍ଗା,୧୬/୦୬(ଚିତ୍ତରଞ୍ଜନ ସିଂହ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ହରଭଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟ ଭାରତ ସ୍ୱାଧୀନ ହେବାର ୭୮ବର୍ଷ ପୂର୍ବେ ଅର୍ଥାତ ୦୧ ଅକ୍ଟୋବର ୧୮୬୯ ମସିହାରେ ଝାଟିମାଟି ଘରେ ସ୍ଥାପିତ ହୋଇଥିଲା । ଦୁର୍ଭାଗ୍ୟର ବିଷୟ ସ୍ୱାଧୀନତାର ୭୮ ବର୍ଷ ପରେ ମଧ୍ୟ ଟିଣ ଚଦର ନିର୍ମିତ ଶ୍ରେଣୀଗୃହରେ ବିତୁଛି ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପାଠ୍ୟ ଜୀବନ । ହରଭଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୧ମ ଶ୍ରେଣୀ ଠାରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ମାତ୍ର ୨ଟି ସ୍ଥାୟୀ(ଛାତ ଘର) ଶ୍ରେଣୀଗୃହ ନିର୍ମିତ ହୋଇଛି । ବିଦ୍ୟାଳୟର ଶ୍ରେଣୀଗୃହ ଛାତର ମରାମତି ଅଭାବରୁ ବର୍ଷା ପାଣି ପଡ଼ୁଥିବା ଯୋଗୁଁ ବର୍ଷା ଋତୁରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଓଦା ହୋଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗ୍ରୀଷ୍ମ ଋତୁରେ ଅର୍ଥାତ ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ଛାତ୍ରଛାତ୍ରୀମାନେ ଝାଳନାଳ ହେଉଛନ୍ତି । ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ବାରମ୍ବାର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଛି ।

ତେଣୁ ଜିଲ୍ଲା ପ୍ରଶାସନ ଉକ୍ତ ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଯୁଦ୍ଧକାଳୀନ ଭିତ୍ତିରେ ହରଭଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକତା ଅନୁଯାୟୀ ସ୍ଥାୟୀ ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ତଥା ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରିବା ଓ ୧୫୦ ବର୍ଷରୁ ଉର୍ଦ୍ଧ୍ୱ ବିଦ୍ୟାଳୟକୁ ନୂତନ ଛାତ ଘର ନିର୍ମାଣ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନେକ ଥର ଅନୁରୋଧ କରାଯାଇଥିଲା । ବାରମ୍ୱାର ଅନୁରୋଧ ସତ୍ତ୍ୱେ କୌଣସି ପଦକ୍ଷେପ ନିଆ ନଯାଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ୲ ଏ ଦିଗରେ ଯଥା ଶୀଘ୍ର ପଦକ୍ଷେପ ନେବା ପାଇଁ ସର୍ବଶ୍ରୀ ପ୍ରାଣବନ୍ଧୁ ସାହୁ , ବୀଜାବନନ୍ଦ ସାହୁ, ହାରେନାଲ ଅନିଲସିଂହ ପ୍ରମୁଖ ଦାବି କରିଛନ୍ତି ୲ 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.