ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ସାଉଦି ଆରବର ଜେଦାହରେ IPLର ମେଗା ଅକ୍ସନ୍, ତାଲିକାରେ ୧୫୭୪ ଖେଳାଳି

Published By : Rasmita Pradhan | November 6, 2024 9:58 AM

ମୁମ୍ବାଇ, ୦୬/୧୧ : ଆଗାମୀ ଆଇପିଏଲ୍‌-୧୮ ପାଇଁ ମେଗା ନିଲାମର ତାରିଖ ଓ ସ୍ଥାନ ଚୂଡ଼ାନ୍ତ କରାଯାଇଛି । ଚଳିତ ମାସ ୨୪ ଓ ୨୫ ତାରିଖରେ ସାଉଦି ଆରବର ଜେଦାହ ସହରରେ ମେଗା ନିଲାମ ଅନୁଷ୍ଠିତ ହେବ । ଏଥର ନିଲାମ ପାଇଁ ମୋଟ୍‌ ୧୫୭୪ଜଣ ଖେଳାଳି ନାମ ଦାଖଲ କରିଛନ୍ତି । ୧୦ଟି ଯାକ ଫ୍ରାଞ୍ଚାଇଜଙ୍କ ନିକଟରେ ରହିଛି ମାତ୍ର ୨୦୪ଟି ଖାଲି ସ୍ଥାନ । ନାମ ଦାଖଲ କରିଥିବା ଖେଳାଳିମାନଙ୍କ ମଧ୍ୟରେ ୧୧୬୫ଜଣ ଭାରତୀୟ ଓ ୪୦୯ ଜଣ ବିଦେଶୀ ଖେଳାଳି ରହିଛନ୍ତି । ସମ୍ପୂର୍ଣ୍ଣ ତାଲିକାରେ ୩୨୦ ଜଣ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିଥିବା କ୍ୟାପ୍‌ଡ ଖେଳାଳି, ୧୨୨୪ଜଣ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିନଥିବା ଅନକ୍ୟାପ୍‌ଡ ଖେଳାଳି ଓ ୩୦ଜଣ ଆସୋସିଏଟ୍‌ ଦେଶର ଖେଳାଳି ରହିଛନ୍ତି । 

ତାଲିକାଭୁକ୍ତ ୩୨୦ଜଣ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିଥିବା ଖେଳାଳିଙ୍କ ମଧ୍ୟରେ ୪୮ଜଣ ଭାରତୀୟ ଓ ୨୭୨ ଜଣ ବିଦେଶୀ ଖେଳାଳି ରହିଛନ୍ତି । ଏହି ତାଲିକାରେ ମୋଟ୍‌ ୯୬୫ଜଣ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିନଥିବା ଭାରତୀୟ ଘରୋଇ ଖେଳାଳି ଓ ୧୦୪ଜଣ ବିଦେଶୀ ଖେଳାଳି ନାମ ଦାଖଲ କରିଛନ୍ତି । ତାଲିକାରେ ରହିଥିବା ୧୫୨ଜଣ ଘରୋଇ ଖେଳାଳି ପୂର୍ବରୁ ଆଇପିଏଲ୍‌ ଖେଳି ସାରିଛନ୍ତି । ତାଲିକାରେ ଦକ୍ଷିଣ ଆଫ୍ରିକାରୁ ସର୍ବାଧିକ ୯୧ଜଣ ଖେଳାଳି ନାମ ଦାଖଲ କରିଛନ୍ତି । ସେହିପରି ଅଷ୍ଟ୍ରେଲିଆରୁ ୭୬, ଇଂଲଣ୍ଡରୁ ୫୨, ନ୍ୟୁଜିଲାଣ୍ଡରୁ ୩୯, ୱେଷ୍ଟ ଇଣ୍ଡିଜ୍‌ରୁ ୩୩, ଶ୍ରୀଲଙ୍କାରୁ ୨୯, ଆଫଗାନିସ୍ତାନରୁ ୨୯, ବାଂଲାଦେଶରୁ ୧୩, କାନାଡ଼ାରୁ ୪, ଆୟର୍ଲାଣ୍ଡରୁ ୯, ଇଟାଲୀରୁ ୧, ନେଦରଲାଣ୍ଡ୍‌ସରୁ ୧୨, ସ୍କଟଲାଣ୍ଡରୁ ୨, ୟୁଏଇରୁ ୧, ୟୁଏସଏରୁ ୧୦ ଓ ଜିମ୍ବାୱେରୁ ୮ଜଣ ଖେଳାଳି ନାମ ଦାଖଲ କରିଛନ୍ତି । ସୂଚନାଯୋଗ୍ୟ, ଗତ ୩୧ ତାରିଖରେ ସମସ୍ତ ଫ୍ରାଞ୍ଚାଇଜ୍‌ ରିଟେନ ତାଲିକା ଘୋଷଣା କରିଥିଲେ । ୧୦ଟି ଯାକ ଫ୍ରାଞ୍ଚାଇଜ୍‌ ୪୬ଜଣ ଖେଳାଳିଙ୍କୁ ରିଟେନ କରିଛନ୍ତି ଓ ଏହି ବାବଦରେ ୫୫୮.୫କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି । ରିଟେନ୍‌ ଖେଳାଳିଙ୍କ ମଧ୍ୟରେ ୩୬ଜଣ ଭାରତୀୟ ରହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.