ମେଷ : ସପ୍ତମ ଚନ୍ଦ୍ର, ସୋମବାର ଓ ମଙ୍ଗଳ, ରାହୁ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଧନ ସମ୍ପଦ ବୃଦ୍ଧି ପାଇବ ଏବଂ ମୂଲ୍ୟବାନ ଧାତୁ, ଭୂମି, ଯାନବାହନ କ୍ରୟ କରିବେ । ମନରେ ପ୍ରସନ୍ନତା, ଚାଲିଚଳନରେ ସଂଯମତା, ବଚନରେ ମଧୁରତା, ସମସ୍ତଙ୍କ ସହ ବନ୍ଧୁତା, ଦାମ୍ପତ୍ୟ ଜୀବନରେ ସଦ୍ଭାବ ଏବଂ ପରିଚିତ ମହିଳାଙ୍କଠାରୁ ସାହାଯ୍ୟ, ସହଯୋଗ, ଧନ ମିଳିବ । ଆମୋଦପ୍ରମୋଦ, ମଉଜ ମଜଲିସରେ ଅଧିକ ଆଗ୍ରହ ରହିବ ଏବଂ ପରିବାରରେ ସମସ୍ତଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ । କର୍ମରେ ଆଶାଠାରୁ ଅଧିକ ସଫଳତା ଓ ମହିଳା ସହକର୍ମୀଙ୍କ ସାହାଯ୍ୟ, ସହଯୋଗ ମିଳିବ । ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକା ମେଷ, ସେମାନେ ଉପକୃତ ହେବେ।

ଶୁଭ ରଙ୍ଗ: ଗେରୁଆ, ସଂଖ୍ୟା : ୬, ଆରାଧନା : ପ୍ରଭୁ ହନୁମାନ ।

ବୃଷ : ଷଷ୍ଠ ଚନ୍ଦ୍ର, ସୋମବାର ଓ ଦିବା ୧୧ଟା ୧୯ ମିନିଟ୍ ପରେ ରାହୁଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ ଏବଂ ଦେହ, ମନ ସୁସ୍ଥ ରହିବ । ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା, ଜନ ସମ୍ପର୍କ ବୃଦ୍ଧି ପାଇବ ଏବଂ ମହତ୍ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ । ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ । କର୍ମରେ ଆଶାଠାରୁ ଅଧିକ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଓ ପ୍ରତିବନ୍ଧକ ଦୂର ହେବ । ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ, ସେମାନେ ସୁଫଳ ପାଇବେ ।

ଶୁଭ ରଙ୍ଗ : ସିଲ୍ଭର, ସଂଖ୍ୟା : ୧୨, ଆରାଧନା : ମା’ ଗାୟତ୍ରୀ ।

ମିଥୁନ : ଘାତବାର, ଦିବା ୧୧ଟା ୧୯ ମିନିଟ୍ ପରେ ଘାତ ନକ୍ଷତ୍ର ଓ ଓ କୃଷ୍ଣପକ୍ଷର ପଞ୍ଚମ ଚନ୍ଦ୍ର ଯୋଗୁ ମାନସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ଇତର ଜନଠାରୁ ଅପମାନ ପାଇବେ । ସନ୍ତାନମାନଙ୍କର ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ଓ କର୍ମକୁ ନେଇ ଚିନ୍ତିତ ହେବେ ଏବଂ ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ପାରିବାରିକ ବିବାଦ ଉଗ୍ରରୂପ ଧାରଣ କରିବ ଏବଂ ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଲାଗି ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ । କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁମାନଙ୍କର ମୃଗଶିରା ଓ ଆର୍ଦ୍ରା ମିଥୁନ, ସେମାନେ ସତର୍କ ହେବେ ।

ଶୁଭ ରଙ୍ଗ : ମେରୁନ୍, ସଂଖ୍ୟା : ୮, ଆରାଧନା: ଭଗବାନ ବିଷ୍ଣୁ ।

କର୍କଟ : ଚତୁର୍ଥ ଚନ୍ଦ୍ର, ଏକାଦଶୀ ତିଥି, ସୋମବାର ଏବଂ ମଙ୍ଗଳଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭଦୃଷ୍ଟିରେ ରହିବେ । ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ । ଅନ୍ୟକୁ ଦେଇଥିବା ଧନ, ହୃତଧନ ଫେରିପାଇବେ ଏବଂ ଆୟର ନୂତନ ମାର୍ଗ ଖୋଲିବ । ମୂଲ୍ୟବାନ ଧାତୁ, ଭୂମି, ଯାନବାହନ କ୍ରୟ କରିବେ ଏବଂ ଉନ୍ନତିମୂଳକ କର୍ମରେ ଧନର ବିନିଯୋଗ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ । କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସହକର୍ମୀଙ୍କ ସହଯୋଗ ମିଳିବ । ଯେଉଁମାନଙ୍କର ପୁନର୍ବସୁ ଓ ପୁଷ୍ୟା କର୍କଟ, ସେମାନେ ସୁଫଳ ପାଇବେ ।

ଶୁଭ ରଙ୍ଗ : ଧଳା, ସଂଖ୍ୟା : ୩, ଆରାଧନା : ମା’ ସମଲେଶ୍ୱରୀ ।

ସିଂହ : ତୃତୀୟ ଚନ୍ଦ୍ର, ସୋମବାର ଓ ମଙ୍ଗଳ, ରାହୁ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖଶାନ୍ତି, ସ୍ୱଜନରେ ସୁସମ୍ପର୍କ ଏବଂ ଭାଇଭଉଣୀଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ଅଧିକ ରହିବ । ମନରେ ଦୃଢ଼ ଇଚ୍ଛାଶକ୍ତି, ଆତ୍ମବିଶ୍ୱାସ ପ୍ରକାଶ ପାଇବ ଏବଂ ମନୋବଳ ଦୃଢ଼ ହେବ । ନୂତନ କର୍ମାରମ୍ଭ, ବ୍ୟବସାୟାରମ୍ଭ, ବିଦେଶ ଯାତ୍ରାର ସୁଯୋଗ ଜୁଟିବ ଏବଂ ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସମସ୍ତ କର୍ମରେ ଆପଣଙ୍କର ଶ୍ରେଷ୍ଠତା ପ୍ରତିପାଦନ କରିବେ । ଯେଉଁମାନଙ୍କର ମଘା ଓ ଉତ୍ତରା ଫାଲଗୁନୀ ସିଂହ, ସେମାନେ ଉପକୃତ ହେବେ ।

ଶୁଭ ରଙ୍ଗ : ଗୋଲାପୀ, ସଂଖ୍ୟା : ୬, ଆରାଧନା : ପ୍ରଭୁ ଗଜାନନ ।

କନ୍ୟା : କୃଷ୍ଣପକ୍ଷର ତୃତୀୟ ଚନ୍ଦ୍ର ଯୋଗୁ ଧନକୁ ନେଇ ବିବାଦ, ମାଲିମକଦ୍ଦମାରେ ପଡ଼ିପାରନ୍ତି ଏବଂ ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ । ମନରେ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ ଏବଂ ଶାରୀରିକ ପୀଡ଼ା ଭୋଗିବେ । ଅଯଥା ଖର୍ଚ୍ଚ, ବଦ୍ଖର୍ଚ୍ଚ ବୃଦ୍ଧି ପାଇବ ଏବଂ ଆୟ ପାଞ୍ଚ ଟଙ୍କା ହେଲେ ବ୍ୟୟ ପଚିଶ ଟଙ୍କା ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । କର୍ମରେ ବିଫଳତା ଓ କର୍ମ ପ୍ରତି ଅନାଗ୍ରହ ଭାବ ପ୍ରକାଶ ପାଇବ । ଯେଉଁମାନଙ୍କର ହସ୍ତା ଓ ଚିତ୍ରା କନ୍ୟା, ସେମାନେ ସତର୍କ ହେବେ ।

ଶୁଭ ରଙ୍ଗ : କଫି, ସଂଖ୍ୟା : ୩, ଆରାଧନା : ମା’ ଛିନ୍ନମସ୍ତା ।

ତୁଳା : ଶ୍ରୀଚନ୍ଦ୍ର, ସୋମବାର, ଏକାଦଶୀ ତିଥି ଯୋଗୁ ଧନ, ମାନ, ସମ୍ମାନ, ପ୍ରତିପତ୍ତି, ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖଶାନ୍ତି, ଲକ୍ଷ୍ମୀଙ୍କର କୃପା ଏବଂ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ । ଆମୋଦପ୍ରମୋଦ, ମଉଜ ମଜଲିସରେ ଅଧିକ ଆଗ୍ରହ ରହିବ ଏବଂ ଆୟର କିଛି ଅଂଶ ଆମୋଦପ୍ରମୋଦରେ ଖର୍ଚ୍ଚ କରିବେ । ସ୍ୱଜନ, ପରିଜନ, ବନ୍ଧୁବାନ୍ଧବ, ସହକର୍ମୀ, ସହଯୋଗୀଙ୍କ ସହଯୋଗ ମିଳିବ ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ମାର୍ଜିତ ଓ ସର୍ବଜନ ଆଦୃତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ, ଆତ୍ମତୃପ୍ତି ରହିବ । କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ବିଶାଖା ତୁଳା, ସେମାନେ ଉପକୃତ ହେବେ ।

ଶୁଭ ରଙ୍ଗ : ନୀଳ, ସଂଖ୍ୟା : ୨, ଆରାଧନା : ପ୍ରଭୁ ଶ୍ରୀରାମ ।

ବିଛା : ଦ୍ୱାଦଶ ଚନ୍ଦ୍ର, ସୋମବାର ଓ ମଙ୍ଗଳ, ରାହୁ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଅପବ୍ୟୟ, ଅପବାଦ, ଅପଯଶରୁ ସାମୟିକ ମୁକ୍ତି ମିଳିବ ଏବଂ ଅଯଥା ଖର୍ଚ୍ଚ, ବଦ୍ଖର୍ଚ୍ଚ ଓ ପରିବାରର ଖର୍ଚ୍ଚଭାର କମ୍ ରହିବ । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବାରେ ସମର୍ଥ ହେବେ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ । ଧନର ସଦ୍ବିନିଯୋଗ କରିବେ ଏବଂ ଉନ୍ନତିମୂଳକ କର୍ମରେ ଧନର ବିନିଯୋଗ କରିବେ । କୁସଙ୍ଗ, ପରିତ୍ୟାଗ କରି ସତ୍ସଙ୍ଗ କରିବେ ଏବଂ ମୂଲ୍ୟବାନ ଧାତୁ, ଭୂମି ଓ ଯାନବାହନ କ୍ରୟ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ । କର୍ମରେ ସଫଳତା, ସମସ୍ତ ଅସମ୍ପୂର୍ଣ୍ଣ କର୍ମକୁ ପୂର୍ଣ୍ଣାଙ୍ଗ ରୂପ ଦେବାରେ ସମର୍ଥ ହେବେ । ଯେଉଁମାନଙ୍କର ବିଶାଖା ଓ ଅନୁରାଧା ବିଛା, ସେମାନେ ସୁଫଳ ପାଇବେ ।

ଶୁଭ ରଙ୍ଗ : ଲାଲ୍, ସଂଖ୍ୟା : ୧୦, ଆରାଧନା : ପ୍ରଭୁ ସ୍କନ୍ଦ ।

ଧନୁ : ଏକାଦଶ ଚନ୍ଦ୍ର, ଏକାଦଶୀ ତିଥି ଯୋଗୁ ଭାଗ୍ୟରେ, କର୍ମରେ, ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ ଏବଂ ଆୟର ନୂତନ ମାର୍ଗ ଖୋଲିବ । ଆକସ୍ମିକ ଧନଲାଭ, କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି, ଅନ୍ୟକୁ ଦେଇଥିବା ଧନ, ହୃତଧନ ଫେରିପାଇବେ । ଖର୍ଚ୍ଚ ପ୍ରତି ଅନାଗ୍ରହ, ସଞ୍ଚୟ ପ୍ରତି ମନରେ ଆଗ୍ରହ ପ୍ରକାଶ ପାଇବ ଏବଂ ଆୟର କିଛି ଅଂଶ ସଞ୍ଚୟରେ କିମ୍ବା ଆର୍ଥିକ ସଂସ୍ଥାରେ ସ୍ଥାୟୀ ଜମା ରଖିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ । ଯେଉଁମାନଙ୍କର ମୂଳା ଓ ଉତ୍ତରାଷାଢ଼ା ଧନୁ, ସେମାନେ ସୁଫଳ ପାଇବେ ।

ଶୁଭ ରଙ୍ଗ : ହଳଦିଆ, ସଂଖ୍ୟା : ୫, ଆରାଧନା : ମା’ ତାରା ।

ମକର : ଦଶମ ଚନ୍ଦ୍ର ଯୋଗୁ କର୍ମରେ ଉନ୍ନତି, କର୍ମ ପ୍ରତି ଏକାଗ୍ରତା ଓ ଆନ୍ତରିକତା ଅଧିକ ରହିବ ଏବଂ ଭାଗ୍ୟ ଅପେକ୍ଷା କର୍ମରେ ଅଧିକ ବିଶ୍ୱାସ ଓ ଗୁରୁତ୍ୱ ରହିବ । ଆଜି ଯେକୌଣସି କର୍ମ କରିବେ, ସେଥିରେ ଶତପ୍ରତିଶତ ସଫଳତା ପାଇବେ ଏବଂ ସମସ୍ତ କର୍ମରେ ଆପଣଙ୍କର କର୍ମକୁଶଳତା, କାର୍ଯ୍ୟଦକ୍ଷତା ଓ ସମୟାନୁବର୍ତ୍ତିତା ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ, ଆତ୍ମତୃପ୍ତି ରହିବ । ପରିବାରରେ ସୁଖଶାନ୍ତି ଅତୁଟ ରହିବ । ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଧନିଷ୍ଠା ମକର, ସେମାନେ ସୁଫଳ ପାଇବେ ।

ଶୁଭ ରଙ୍ଗ : ବାଇଗଣୀ, ସଂଖ୍ୟା : ୬, ଆରାଧନା : ମା’ ଦୁର୍ଗା ।

କୁମ୍ଭ : କୃଷ୍ଣପକ୍ଷର ନବମ ଚନ୍ଦ୍ର ଯୋଗୁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ । ମନ ଅସ୍ଥିର, ବିଷାଦଗ୍ରସ୍ତ ରହିବ ଏବଂ ଅପମାନ, ଅପଯଶ, ଅପନିନ୍ଦା ମିଳିବ । ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ । କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ । ଯେଉଁମାନଙ୍କର ଶତଭିଷା କୁମ୍ଭ, ସେମାନେ ସତର୍କ ହେବେ ।

ଶୁଭ ରଙ୍ଗ : କଳା, ସଂଖ୍ୟା : ୩, ଆରାଧନା : ମା’ କାଳୀ ।

ମୀନ : ଅଷ୍ଟମ ଚନ୍ଦ୍ର, ଦିବା ୧୧ଟା ୦୯ ମିନିଟ୍ ପରେ ରାହୁଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ଉଚ୍ଚସ୍ଥାନ ଆରୋହଣ, ଗ୍ୟାସ୍, ଇଲେକ୍ଟ୍ରିକ ସରଞ୍ଜାମ ବ୍ୟବହାର ଏବଂ ଯାନବାହନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ । ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିିକ୍ତତା ଏବଂ ଶାରୀରିକ ପୀଡ଼ା ଭୋଗିବେ । ଉଚିତ୍ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ୍ କର୍ମରେ ଆଗ୍ରହ ରଖିବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବ । ଅଯଥା ଖର୍ଚ୍ଚ, ବୃଥା ଭ୍ରମଣ ଲାଗି ରହିବ ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଅଧିକ ରହିବ । କର୍ମରେ ବିଫଳତା ଓ ସମସ୍ତ କର୍ମ କଣ୍ଟକସଦୃଶ ମନେ ହେବ । ଯେଉଁମାନଙ୍କର ରେବତୀ ମୀନ, ସେମାନେ ସତର୍କ ହେବେ ।

ଶୁଭ ରଙ୍ଗ : ଗୋଲାପୀ, ସଂଖ୍ୟା : ୭, ଆରାଧନା : ପ୍ରଭୁ ଗଜାନନ ।

ଜ୍ୟୋତିର୍ବିଦ୍ : କୈଳାସ ଦାଶ

ଯୋଗାଯୋଗ : ୯୪୩୭୧୩୩୪୭୩