ଭୁବନେଶ୍ବର, ୪।୧୧ ବାତ୍ୟା ଦାନା ନେଇ କ୍ଷୟ କ୍ଷତି ରିପୋଟ ଆସିଛି. ଏଥିରେ ୬ ଶହ କୋଟି ଟଙ୍କାର କ୍ଷୟ କ୍ଷତି ହୋଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।
ବାତ୍ୟା ଦାନା ରେ ୧୪ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ୧୪ ଜିଲ୍ଲା ରେ ୬୦୦ କୋଟି ଟଙ୍କାର କ୍ଷତି ହୋଇଛି । ୧୪ଟି ଜିଲ୍ଲା ମଧ୍ୟରୁ ୧୬୬ଟି ବ୍ଲକରେ ଅଧିକ କ୍ଷତି ହୋଇଥିବା ବେଳେ ୧୩୧ଟି ବ୍ଲକ ବେଶୀ କ୍ଷତିଗ୍ରସ୍ତ ହୋଇଛି । ସେହିପରି ୧୪ ବ୍ଲକର ୧୧୬୩୭ ଗାଁ ପ୍ରଭାବିତ ହୋଇଛି। ୪୧ ଲକ୍ଷ ୪୩୫୭ ଲୋକ ସାମଗ୍ରିକ ଭାବେ ପ୍ରଭାବିତ ହୋଇଛନ୍ତି।
ବାତ୍ୟାରେ ୧୬ ହଜାର ୪୧୬ ଭାଙ୍ଗିଥିବା ବେଳେ ସେଥିରୁ ୨୭ ଟି କଚ୍ଚା ଘର ଭାଙ୍ଗିଥିବା ବେଳେ ୧୪୬୮୦ ଘର ଆଂଶିକ ଭାବେ ଭାଙ୍ଗିଛି । ୪ ହଜାର କୁକୁଡ଼ା, ଛୋଟ ବଡ ୭୧ଟି ଜୀବ ମରିଛନ୍ତି । ଶକ୍ତି ବିଭାଗର ବେଶୀ କ୍ଷତି ହୋଇଛି। ବାତ୍ୟାରେ ୬୧ ଲୋକ ଗୁରୁତର ହୋଇଛନ୍ତି । ମଙ୍ଗଳବାର କେନ୍ଦ୍ରକୁ ବାତ୍ୟା କ୍ଷୟ କ୍ଷତି ରିପୋର୍ଟ ଦିଆଯିବ ବୋଲି ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।