ପ୍ରମୂଖ ଖବର
  • ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ, ଆସନ୍ତାକାଲି ଯାଏ ଲୋକସଭା ଓ ରାଜ୍ୟସଭା ମୁଲତବୀ ଘୋଷଣା
  • ||
  • ଉପରାଷ୍ଟ୍ରପତିଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଗତକାଲି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼
  • ||
  • ଖୁବ୍‌ଶୀଘ୍ର ନିଲାମ ହେବ ରାଜ୍ୟର ୨୨ ଖଣି, ସୂଚନା ଦେଲେ ଖଣି ମନ୍ତ୍ରୀ ବିଭୂତି ଜେନା
  • ||
  • ଆଠଗଡ଼: ଯୁବତୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍‌ ଅଭିଯୋଗ, ଯୁବକ ଗିରଫ
  • ||
  • ଭୁବନେଶ୍ବର: ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସ୍ଥିତିି ନେଇ ହୋଇପାରେ ଆଲୋଚନା
  • ||
  • ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ମାମଲା, ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଯିବେ କ୍ରାଇମବ୍ରାଞ୍ଚ ଓ ପୁଲିସ ଟିମ୍
  • ||
  • ଭୁବନେଶ୍ବର: ସହିଦ ନଗରରେ ରହୁଥିବା IT ଅଫିସରଙ୍କ ଘରୁ ଲୁଟ୍, ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମାଞ୍ଚେଷ୍ଟର ଟେଷ୍ଟରେ ବଦଳିବ ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶ; କୁଲଦୀପ, କାମ୍ବୋଜ, ସର୍ଦୁଲ ପ୍ରତିଦ୍ୱନ୍ଦ୍ୱିତା
  • ||
  • ଢ଼େଙ୍କାନାଳ: ଗୋରୁ ବୋଝେଇ କଣ୍ଟେନର ଜବତ : ୧୮ ଗୋରୁ ଉଦ୍ଧାର, ଡ୍ରାଇଭର୍ ଫେରାର
  • ||
  • ମାଲକାନଗିରିରେ ପ୍ରବଳ ବର୍ଷା; ଯୋଡ଼ାମ୍ବ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଫୁଟରେ ପାଣି, ରୋଗୀ ଓ କର୍ମଚାରୀ ହନ୍ତସନ୍ତ
  • ||
  • ଭାରତରେ ୭୦,୦୦୦ କୋଟି ନିବେଶ କରିବ ନୟାରା ଏନର୍ଜି: ଇୟୁର କଟକଣାକୁ ବେଆଇନ ଦର୍ଶାଇଲା କମ୍ପାନି
  • ||
  • ପୁରୀ: ସମଙ୍ଗ ପାର୍କିଂରେ ରୋମିଓଙ୍କ ଉତ୍ପାତ: ଧରାପଡ଼ିଲେ ୨, ଖସିଗଲେ ୪
  • ||
  • ନୂଆଦିଲ୍ଲୀ : ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ୨୩ରୁ ପ୍ରବଳ ବର୍ଷା, ୨୪ରେ ଲଘୁଚାପ; ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ
  • ||

ବିମାନରେ ମଜା କରିବା ପଡିଲା ମହଙ୍ଗା, ପକେଟ୍‌ରେ ବୋମା ଅଛି କହି ଗିରଫ ହେଲେ ୧୬ ବର୍ଷୀୟ କିଶୋର

Published By : Krishna Priya | July 22, 2025 9:07 AM

ନୂଆଦିଲ୍ଲୀ ୨୨/୦୭: ବିମାନ ଭିତରେ କିମ୍ବା ଉଡ଼ାଣ ସମୟରେ ‘ବୋମା’ ଶବ୍ଦର ପ୍ରୟୋଗ ଉପରେ ପ୍ରତିବନ୍ଧକ ରହିଛି । ମଜାରେ ଏମିତି କହିବା ମଧ୍ୟ ମହଙ୍ଗା ପଡ଼ିପାରେ । ବିମାନରେ ବସିଥିବା ଜଣେ ୧୬ ବର୍ଷୀୟ କିଶୋର ଏଭଳି ସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ସେ ମଜାରେ କହିଦେଲେ, ମୋ ପକେଟ୍‌ରେ ବୋମା ଅଛି । ଏତିକି କହିବା ମାତ୍ରେ ତାଙ୍କୁ ଗିରଫ କରାଗଲା । ତେବେ ତାଙ୍କ ମା’ କହିଲେ, ପୁଅ ମଜାରେ କହିଦେଲା । ସେ ବହୁତ ଭଲ ପିଲା । କିନ୍ତୁ ତାଙ୍କ କଥା ଶୁଣାଗଲା ନାହିଁ । ବୋମା ଧମକ ଅଭିଯୋଗରେ ତାଙ୍କୁ ଗିରଫ କରାଗଲା । 

ରିପୋର୍ଟ ଅନୁସାରେ, ଫୋର୍ଟ ଲଡରଡେଲ୍‌-ହଲିଉଡ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରୁ ତାଙ୍କୁ ଗିରଫ କରାଗଲା । ବନ୍ଧୁଙ୍କ ସହ ସେ କନ୍‌ସାସ୍‌ ସିଟିକୁ ବିମାନ ଯାତ୍ରା କରୁଥିଲେ । ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ ହେଲା । ଏହି ସମୟରେ କିଶୋର ଜଣକ କହିଲେ, ମୋ ପକେଟ୍‌ରେ ବୋମା ଅଛି । ଏତିକି କହୁ କହୁ ବିମାନରେ ଆତଙ୍କ ଖେଳିଗଲା । ଅଧିକାରୀମାନେ ତାଙ୍କୁ ବିମାନରୁ ଓହ୍ଲାଇ ଦେଲେ । ଅପରାଧିକ ବଦ୍‌ମାଶୀ ବା ବିସ୍ଫୋରଣର ମିଛ ରିପୋର୍ଟ ଦେବା ଅଭିଯୋଗରେ ତାଙ୍କ ଉପରେ ୧୦୦୦ ହଜାର ଡଲାରରୁ ଅଧିକ ଜରିମାନା ଲାଗୁ ହେଲା । ଅନ୍ୟପକ୍ଷେ, କିଶୋରଙ୍କ ମା’ ଗଣମାଧ୍ୟମକୁ କହିଛନ୍ତି, ପୁଅ କଦାପି ଧମକ୍‌ ରୂପେ ଏହି ଟିପ୍ପଣୀ ଦେଇନଥିଲା । ତାହା କେବଳ ମଜା ଥିଲା । ସେ କେବଳ ନିଜକୁ ବଡ଼ ଦେଖାଇବା ପାଇଁ ମଜା କରୁଥିଲା ।

ସ୍ପିରିଟ୍‌ ଏୟାରଲାଇନ୍ସ ଘଟଣା ବିଷୟରେ ସୂଚନା ଦେଇ କହିଛି, ବିମାନକୁ ଏକ ଦୂର ସ୍ଥାନକୁ ନିଆଗଲା । ଏହା ପରେ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନରେ ଓହ୍ଲାଇ ଦିଆଗଲା । ନ୍ୟାୟିକ ଏଜେନ୍ସିଗୁଡ଼ିକ ବିମାନ ଯାଞ୍ଚ୍‌ ପରେ ଉଡ଼ାଣ ମଞ୍ଜୁରି ଦେଲେ । କିଶୋରଙ୍କ ପାଇଁ ସ୍ପିରିଟ୍‌ ଏୟାରଲାଇନ୍ସର ବିଳମ୍ବ ଓ ବ୍ୟବଧାନ ଯୋଗୁ ଆନୁମାନିକ ୫୦ ହଜାର ଡଲାର କ୍ଷତି ହେଲା । ବିମାନ ଦ୍ୱିପହର ୨.୩୭ରେ ଉଡ଼ିଥାନ୍ତା, କିନ୍ତୁ ମିଛ ବୋମା ଧମକ ଯୋଗୁ ସନ୍ଧ୍ୟା ୭.୪୪ ପର୍ଯ୍ୟନ୍ତ ଉଡ଼ାଣ କରିପାରିଲା ନାହିଁ । ବିମାନରେ କିମ୍ବା କିଶୋରଙ୍କ ପାଖରୁ କୌଣସି ବିସ୍ଫୋରକ ମିଳିଲା ନାହିଁ । ଘଟଣାରେ କେହି ଆହତ ମଧ୍ୟ ହୋଇନାହାନ୍ତି । ତଥାପି କୋର୍ଟ କିଶୋରଙ୍କ ମନୋବୈଜ୍ଞାନିକ ମୂଲ୍ୟାଙ୍କନ ପାଇଁ ତାଙ୍କୁ ସୁଧାର ଗୃହରେ ରଖିବାକୁ ଆଦେଶ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.