ବାଲିତୁଠ, ୨୬/୧୦ : ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଆଶଙ୍କାରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭୟଚାନ୍ଦପୁର ଥାନା ତଥା ଏରସମା ତହସିଲ ଅନ୍ତର୍ଗତ ଢିଙ୍କିଆ ଗ୍ରାମରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଧାରା ୧୬୩ଜାରି କରାଯାଇଛି ।
ଉକ୍ତ ନିର୍ଦ୍ଦେଶନାମାରେ ଉଲ୍ଲେଖ ଅଛି ଯେ, ଢିଙ୍କିଆର ଫୁଲାଖାଇ ମନ୍ଦିର ପରିସର ଓ ପଞ୍ଚାୟତ କାର୍ଯ୍ୟାଳୟ ପଡ଼ିଆରେ ଚଳିତ ମାସ ୨୭ ତାରିଖ ସୋମବାରଠାରୁ ନଭେମ୍ବର ମାସ ୨୭ ତାରିଖ ପର୍ଯ୍ୟନ୍ତ ୧ ମାସ ଧରି ସଭା ସମିତି, ସମାବେଶ କି ୫ ଜଣରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ।
ଏ ନେଇ ଆଜି ଜଗତସିଂହପୁର ଉପ ଜିଲ୍ଲାପାଳ ତଥା ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ ପ୍ରଶାନ୍ତ ତରାଇ ମିସ କେସ ନମ୍ବର ୨୮/୨୫ ଆଧାରରେ ଓ ୧୩୨୯/ପିଏସ ନମ୍ବର ନିର୍ଦ୍ଦେଶନାମା ବଳରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ,କୁଜଙ୍ଗ ତହସିଲଦାର , ତିର୍ତ୍ତୋଲ ଏସଡିପିଓ ଓ ଅଭୟଚାନ୍ଦପୁର ଥାନାକୁ ବିହିତ ପଦକ୍ଷେପ ନିମନ୍ତେ ଅବଗତ କରାଯାଇଛି।