ଭୁବନେଶ୍ବର,୧୭।୧୧ : ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଇଲେକ୍ଟ୍ରୋନିକ୍ସ କମ୍ପୋନେଣ୍ଟ ମ୍ୟାନୁଫ୍ୟାକଚରିଂ ସ୍କିମ୍ (ECMS) ଅଧୀନରେ ୧୭ଟି ନୂତନ ପ୍ରସ୍ତାବକୁ ଅନୁମୋଦନ କରିଛି । ଯାହା ଭାରତର ଇଲେକ୍ଟ୍ରୋନିକ୍ସ ମ୍ୟାନୁଫ୍ୟାକଚରିଂ କ୍ଷମତାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଅନୁମୋଦନ କରାଯାଇଛି।
ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମୋଟ ୭୧୭୨ କୋଟି ଟଙ୍କା ନିବେଶ କରାଯିବ। ୬୫,୧୧୧କୋଟି ଟଙ୍କାର କ୍ରମାଗତ ଉତ୍ପାଦନ ସୃଷ୍ଟି କରିବା ସହିତ ୧୧,୮୦୮ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆକଳନ କରାଯାଇଛି। ୫୫୩୨ କୋଟି ଟଙ୍କାର ସାତଟି ପୂର୍ବ ଅନୁମୋଦନ ସହିତ, ଏହି ଯୋଜନା ଭାରତର ଇଲେକ୍ଟ୍ରୋନିକ୍ସ ଉପାଦାନ ଇକୋସିଷ୍ଟମକୁ ବିସ୍ତାର କରିବ।
ଗୋଆ, ଗୁଜରାଟ, ଜମ୍ମୁ ଏବଂ କାଶ୍ମୀର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତର ପ୍ରଦେଶ ଏବଂ ଆନ୍ଧ୍ର ପ୍ରଦେଶ ପାଇଁ ଏହି ପ୍ରକଳ୍ପ ମଞ୍ଜୁରୀ ହୋଇଛି। ଯାହା ମେଟ୍ରୋପଲିଟାନ କ୍ଲଷ୍ଟର ବାହାରେ ସନ୍ତୁଳିତ ଆଞ୍ଚଳିକ ବିକାଶ ଏବଂ ଉଚ୍ଚ ଦକ୍ଷତା ନିଯୁକ୍ତି ସୃଷ୍ଟି ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ସୁଦୃଢ଼ କରିଥାଏ।
ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଅବସରରେ କହିଛନ୍ତି ଯେ ECMS ଡିଭାଇସ୍ ଠାରୁ କମ୍ପୋନେଣ୍ଟ ଏବଂ ସବ୍-ଆସେମ୍ବଲି ପର୍ଯ୍ୟନ୍ତ ମୂଲ୍ୟ ଶୃଙ୍ଖଳ ସମନ୍ୱୟର ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରୁଛି । ଯାହା ୨୦୩୦-୩୧ ସୁଦ୍ଧା ଭାରତର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରକୁ ୫୦୦ ବିଲିୟନ ଡଲାର ଉତ୍ପାଦନ ମୂଲ୍ୟରେ ପହଞ୍ଚାଇବ ।ଇଣ୍ଡିଆ ସେଲ୍ୟୁଲାର ଆଣ୍ଡ ଇଲେକ୍ଟ୍ରୋନିକ୍ସ ଆସୋସିଏସନ (ଆଇସିଏ) ଦ୍ୱାରା ଆୟୋଜିତ ଏକ ଇଲେକ୍ଟ୍ରୋନିକ୍ସ ଉପାଦାନ ଉତ୍ପାଦନ ଯୋଜନା "ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଇଲେକ୍ଟ୍ରୋନିକ୍ସ ମୂଲ୍ୟ ଶୃଙ୍ଖଳାର ପ୍ରତିଷ୍ଠା" ଶୀର୍ଷକ ଏକ କାର୍ଯ୍ୟକ୍ରମ ସମୟରେ ଏହି ଘୋଷଣା କରାଯାଇଥିଲା ।