ଲଣ୍ଡନ : ବ୍ରିଟେନର ଏକ କୋର୍ଟରେ ସୋମବାର (୨୪ ଫେବ୍ରୁଆରୀ)ରେ ଏହି ସମ୍ୱେଦନଶୀଳ ଚୋରିର ଶୁଣାଣି ହୋଇଛି। ଚୋରମାନେ ବ୍ଲେନହମ୍‌ ପ୍ୟାଲେସ୍‌ରୁ କେବଳ ୫ ମିନିଟ୍‌ରେ , ୧୮ କ୍ୟାରେଟ୍‌ ସ୍ୱର୍ଣ୍ଣ ନିର୍ମିତ ଏକ ଟଏଲେଟ୍‌କୁ ଗାଏବ କରି ଦେଇଥିଲେ। ଏହି ନିଆରା କଳାକୃତି ଇଟାଲୀର ପ୍ରସିଦ୍ଧ କଳାକାର ମ୍ୟାରେଜିଓ କୈଟେଲନ ତିଆରି କରିଥିଲେ ଏବଂ ସେ ଏହାର ନାଁ ଆମେରିକା  ଦିଆଯାଇ ଥିଲା।ସେପ୍ଟେମ୍ୱର ୨୦୧୯ରେ ଏହି ସ୍ୱର୍ଣ୍ଣର ଟଏଲେଟ୍‌କୁ ଅକ୍ସଫୋର୍ଡଶାୟରଙ୍କ ବ୍ଲେନ୍‌ହେମ୍‌ ପ୍ୟାଲେସ୍‌ରେ ଏକ ପ୍ରଦର୍ଶନୀ ପାଇଁ ସ୍ଥାପିତ କରାଯାଇ ଥିଲା, କିନ୍ତୁ କିଛି ଦିନରେ ଚୋରମାନେ ଏହାକୁ ଚୋରି କରି ନେଇ ଥିଲେ। ଏହି ଟଏଲେଟ୍‌ର ଦାମ୍‌ ୬.୦୬ ମିଲିୟନ ଡଲାର (ପାଖାପାଖି ୫୦ କୋଟି ଟଙ୍କା)ଥିବା କୁହାଯାଉଛି। ଏବେସୁଦ୍ଧା ଏହି ଟଏଲେଟ୍‌ ଉଦ୍ଧାର ହୋଇ ନାହିଁ ଏବଂ ଏମିତି କୁହାଯାଉଛି ଯେ , ଏହାକୁ ଖଣ୍ଡ ଖଣ୍ଡ କାଟି ସୁନା ଭାବେ ବିକ୍ରି କରାଯାଇ ଥିଲା।

ଅକ୍ସଫୋର୍ଡ କ୍ରାଉନ୍‌ କୋର୍ଟରେ ହୋଇଥିବା ଶୁଣାଣି ବେଳେ ସରକାରୀ ଓକିଲ ଜୁଲିୟନ କ୍ରିଷ୍ଟୋଫର କେସି ଏହାକୁ ଏକ ସୁନିୟୋଜିତ ଓ ଖୁବ୍‌ ଦ୍ରୁତ ଗତିରେ ହୋଇଥିବା ଚୋରିର ଆଖ୍ୟା ଦିଆଯାଇଛି। ସେ କହିଛନ୍ତି ଯେ, ଅପରାଧିମାନେ ଏହି ଘଟଣାକୁ ସଫଳ କରିବା ପାଇଁ ପୂର୍ବରୁ ପୂରା ପ୍ରସ୍ତୁତି କରି ଥିଲେ। ସେ କହି ଥିଲେ , ଏହି ଚୋରି ସୁଚିନ୍ତିତ ଯୋଜନା ଅନୁସାରେ କରାଯାଇ ଥିଲା । 

ଚୋରମାନେ ୧୪ ସେପ୍ଟେମ୍ୱର ୨୦୧୯ର ସକାଳ ୫ଟା ସମୟ ପୂର୍ବରୁ ଏହି କାର୍ଯ୍ୟ କରିଥିଲେ। ସେମାନେ ବ୍ଲେନହେମ୍‌ ପ୍ୟାଲେସ୍‌ରେ ଥିବା କାଠର କବାଟକୁ ଭାଙ୍ଗି ଭିତରେ ପଶି ଥିଲେ। ସେମାନେ ଦୁଇଟି ଚୋରି କରି ଥିବା ଗାଡ଼ିରେ ଆସି ଥିଲେ। ତାଙ୍କ ପାଖରେ ଏକ ଇସୁଜୁ ଟ୍ରକ୍‌ ଓ ଏକ ବି ଡବ୍ଲ୍ୟୁ ଗୋଲ୍ଫ ଥିଲା। 

ଓକିଲ କହିଛନ୍ତି ଯେ, ଚୋରମାନେ ପ୍ୟାଲେସ୍‌ରେ ପଶି ଠିକ୍‌ ସେହି ସ୍ଥାନକୁ ଟାର୍ଗେଟ୍‌ କରି ଥିଲେ, ଯେଉଁଠି ସୁନାର ଟଏଲେଟ୍‌ ଲାଗି ଥିଲା। ସେ କବାଟ ଭାଙ୍ଗି ଟଏଲେଟ୍‌କୁ ହଟାଇ ଦେଇଥିଲେ, ଯେଉଁଥିରେ ପାଇପ୍ ଫାଟି ଯାଇଥିଲା ଏବଂ ପାଣି ବୋହିବାକୁ ଲାଗି ଥିଲା। ଏହାପରେ ଚୋର ଫେରାର ହୋଇ ଯାଇଥିଲେ। ଘଟଣା ସ୍ଥଳରୁ କିଛି ହାତୁଡ଼ି ମଧ୍ୟ ମିଳିଥିଲା , ଯେଉଁଥିରେ ଚୋରମାନେ କବାଟକୁ ଭାଙ୍ଗି ଦେଇ ଥିଲେ। ଏହି ଟଏଲେଟ୍‌ର ଓଜନ ଥିଲା ୯୮ କିଲୋଗ୍ରାମ। ଏହାକୁ ବ୍ୟବହାର କରିବା ପାଇଁ ଭିଜିଟର୍ସ ୩ ମିନିଟ୍‌ର ସମୟ ବୁକ୍‌ କରି ଥିଲେ। ଚୋରି ପରେ ପ୍ୟାଲେସ୍‌ରେ ଖୁବ୍‌ କ୍ଷତି ହୋଇଥିଲା, କାରଣ ପାଣି ପାଇପ୍‌ ଭାଙ୍ଗିବା ଦ୍ୱାରା ବନ୍ୟା ସ୍ଥିତି ଉପୁଜି ଥିଲା। 

ଲାଇଭ ହିନ୍ଦୁସ୍ତାନ ଡଟ୍‌ କମ୍‌ରେ ପ୍ରକାଶିତ ସୂଚନା ଅନୁସାରେ , ଉକ୍ତ ମାମଲାରେ ୫ ଜଣ ଲୋକଙ୍କୁ ଅଭିଯୁକ୍ତ କରାଯାଇଛି। ଏଥିରେ ୩୯ ବର୍ଷିୟ ମାଇକଲ ଜୋନ୍ସ (ଅକ୍ସଫୋର୍ଡ), ୩୬ ବର୍ଷିୟ ଫ୍ରେଡରିକ୍‌ ସାଇନସ୍‌ ଓରଫ ଫ୍ରେଡରିକ୍‌ ଡୋ (ୱିଣ୍ଡସର,ୱାର୍କଶାୟର) , ୪୧ ବର୍ଷିୟ ବୋରା ଗୁଚୁକ ଓ ୪୦ ବର୍ଷିୟ ଜେମ୍ସ ଶିନ୍‌ (ୱେଲିଙ୍ଗବୋରୋ,ନର୍ଥମ୍ପଟନଶାୟର) ସାମିଲ ଅଛନ୍ତି। ମାଇକେଲ ଜୋନ୍ସ ଜାନୁଆରୀରେ କୋର୍ଟରେ ହାଜର ହୋଇ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସାଇନସ୍‌ ଓ ଗୁଚୁକ ମଧ୍ୟ ଅପରାଧରେ ସଂପୃକ୍ତିରେ ମନା କରିଛନ୍ତି। ମାଇକଲ ଜୋନ୍ସଙ୍କ ଉପରେ ଚୋରିର ଅଭିଯୋଗ ଲାଗିଛି, ଫ୍ରେଡରିକ୍‌ ଓ ବୋରାଙ୍କ ଉପରେ ଚୋରି ହୋଇ ଥିବା ସୁନାକୁ ବିକ୍ରି କରିବାର ଷଡ଼ଯନ୍ତ୍ର କରିଥିବାର ଅଭିଯୋଗ ରହିଛି।