ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଆମେରିକାରେ ଫସିଛନ୍ତି ୨୦ ହଜାର ଭାରତୀୟ, ଯେ କୌଣସି ମୁହୁର୍ତ୍ତରେ ହୋଇପାରନ୍ତି ବିତାଡ଼ିତ

Published By : Swapna Ray | January 22, 2025 4:48 PM

ନୂଆଦିଲ୍ଲୀ, ୨୨।୧: ବେଆଇନ ଭାବେ ଆମେରିକାକୁ ପ୍ରବେଶ କରିଥିବା ଭାରତୀୟ ପ୍ରବାସୀଙ୍କ ଉପରେ ଟ୍ରମ୍ଫଙ୍କ ବଡ଼ ଆକ୍ସନ । ପ୍ରବାସୀ ଭାରତୀୟଙ୍କୁ ଘାରି ବସିଛି ଚିନ୍ତା । ଯେ କୌଣସି ମୁହୂର୍ତ୍ତରେ ଆମେରିକାରୁ କରାଯିବ ବିତାଡ଼ିତ । ଆମେରିକାରେ ବେଆଇନ ଭାବେ ରହିଥିବା ଏକାଧିକ ଭାରତୀୟଙ୍କ ପାଖରେ ବୈଧ ଭିସା କାଗଜପତ୍ର ନାହିଁ । ଆମେରିକା ପ୍ରଶାସନ କହିବାନୁସାରେ, ଆମେରିକାରେ ପାଖାପାଖି ୨୦ ହଜାର ଭାରତୀୟ ଅଛନ୍ତି, ଯେଉଁମାନଙ୍କ ପାଖରେ ଆମେରିକାରେ ରହିବାକୁ ଆବଶ୍ୟକ ହେଉଥିବା ବୈଧ କାଗଜପତ୍ର ନାହିଁ । ଟ୍ରମ୍ଫ ପ୍ରଶାସନ ଏଭଳି ଭାରତୀୟଙ୍କୁ ଦିଲ୍ଲୀ ଫେରାଇପାରେ ବୋଲି କୁହାଯାଉଛି । ଯୁଏସ୍ ଇମିଗ୍ରେସନ୍ ଆଣ୍ଡ କଷ୍ଟମ ଏନଫୋର୍ସମେଣ୍ଟ (ଆଇସିଇ)ର ଆକଳନ ଅନୁସାରେ, ନଭେମ୍ୱର ୨୦୨୪ ଯାଏ ୨୦ ହଜାର ୪୦୭ ଜଣ ଭାରତୀୟଙ୍କ ପାଖରେ ବୈଧ କାଗଜପତ୍ର ରହିଥିବା ବେଳେ କିଛି ଭାରତୀୟଙ୍କ ପାଖରେ ଥିବା କାଗଜପତ୍ରରେ କିଛି ତ୍ରୁଟି ଥିବା ଜଣାପଡ଼ିଥିଲା । ଆମେରିକାରେ ରହୁଥିବା ଆଇନଗତ କାଗଜପତ୍ର ନଥିବା ପ୍ରବାସୀ ଭାରତୀୟଙ୍କ ଉପରେ କଡ଼ା ନଜର ରଖିଛି ଟ୍ରମ୍ଫ ପ୍ରଶାସନ । ଏମାନଙ୍କୁ ନେଇ ଯେ କୌଣସି ମୁହୂର୍ତ୍ତରେ ଫାଇନାଲ ରିମୁଭାଲ୍ ଅର୍ଡର ଆସିପାରେ । ଏମାନଙ୍କ ମଧ୍ୟରୁ ୨ ହଜାର ୪୬୭ ଭାରତୀୟ ୟୁଏସ୍‌ ଇମିଗ୍ରେସନ୍ କ୍ୟାମ୍ପରେ ବନ୍ଦୀ ଥିବାବେଳେ ୧୭ ହଜାର ୯୪୦ ଭାରତୀୟଙ୍କ ପାଖରେ ବୈଧ କାଗଜପତ୍ର ନଥିବା ଆମେରିକା ସରକାର କହିଛି । 

ପ୍ୟୁ ରିସର୍ଚ୍ଚ ୨୦୨୪ର ରିପୋର୍ଟ ଅନୁସାରେ, ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟ ହେଉଛନ୍ତି ତୃତୀୟ ବଡ଼ ସମୁଦାୟ, ଯେଉଁମାନଙ୍କ ପାଖରେ ବୈଧ କାଗଜପତ୍ର ନାହିଁ । ଏହି ତାଲିକାର ପ୍ରଥମ ସ୍ଥାନରେ ପଡ଼ୋଶୀ ଦେଶ ମେକ୍ସିକୋ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ସଲଭାଡୋର ନାଗରିକ ଅଛନ୍ତି । ୨୦୨୪ରେ ଆମେରିକା ଇମିଗ୍ରେସନ୍ ଆଣ୍ଡ କଷ୍ଟମ୍ ଏନଫୋର୍ସମେଣ୍ଟ ବିଭାଗ ୨ ଲକ୍ଷ ୭୦ ହଜାର ପ୍ରବାସୀଙ୍କୁ ୧୯୨ ଦେଶକୁ ନିର୍ବାସିତ କରିଛି । ଏଥିରେ ଭାରତ ମଧ୍ୟ ସାମିଲ । ୨୦୨୪ରେ ଆମେରିକା ୧ ହଜାର ୫୨୯ ଅବୈଧ ପ୍ରବାସୀ ଭାରତୀୟଙ୍କୁ ଭାରତକୁ ନିର୍ବାସିତ କରିଥିଲା । ଆଇସିଇର ବାର୍ଷିକ ରିପୋର୍ଟ ଅନୁସାରେ, ୪ ବର୍ଷରେ ଡିପାର୍ଟ କରାଯାଇଥିବା ଭାରତୀୟଙ୍କ ସଂଖ୍ୟା ୫ ଗୁଣା ବଢ଼ିଯାଇଛି । ଆମେରିକା ୨୦୨୧ରେ ୨୯୨ ଭାରତୀୟଙ୍କୁ ଡିପୋର୍ଟ କରିଥିଲା । ୨୦୨୪ରେ ଏହାର ସଂଖ୍ୟା ବୃଦ୍ଧି ପାଇ ୧୫୨୯ରେ ପହଞ୍ଚିଛି । 

ରିମୁଭାଲ୍ ଅର୍ଡର କ’ଣ ?

କହିରଖୁ କି, ରିମୁଭାଲ୍ ଅର୍ଡର ଇମିଗ୍ରେସନ୍ ନ୍ୟାୟଧିଶଙ୍କ ଦ୍ୱାରା ଜାରି କରାଯାଏ । ପ୍ରବାସୀଙ୍କ ଅପିଲ୍‌ ପରେରେ ଶୁଣାଣି ସମୟରେ ଉଚ୍ଚ ଅଧିକାରୀ ଏହି ଆଦେଶକୁ ମଞ୍ଜୁରୀ ଦେଲେ ଏହା ରିମୁଭାଲ୍ ଅର୍ଡରରେ ପରିଣତ ହୁଏ । ବର୍ତ୍ତମାନ ଆମେରିକାରେ ବେଆଇନ ଭାବେ ରହିଥିବା ଭାରତୀୟଙ୍କ ସଂଖ୍ୟା ୨୦ ହଜାର ୪୦୭ । ଆମେରିକାର କହିବାନୁସାରେ, ଏହି ଭାରତୀୟଙ୍କ ପାଖରେ ଆମେରିକାରେ ରହିବା ଲାଗି ଆବଶ୍ୟକ ହେଉଥିବା ଆଇନଗତ କାଗଜପତ୍ର ନାହିଁ । ଏହି ଭାରତୀୟମାନଙ୍କୁ ଆମେରିକା ନିର୍ବାସିତ ତାଲିକାରେ ସାମିଲ କରିଛି । ଅର୍ଥାତ୍, ଏମାନଙ୍କୁ ସ୍ୱଦେଶ ଫେରାଇ ଦିଆଯିବ । ଯଦି ଟ୍ରମ୍ଫ ପ୍ରଶାସନ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରେ ତେବେ ୨୦ ହଜାର ଭାରତୀୟଙ୍କର ରିମୁଭାଲ୍ ଅର୍ଡର ଯେ କୌଣସି ମୁହୂର୍ତ୍ତରେ ଆସିପାରିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.