ନୂଆଦିଲ୍ଲୀ ୩୦/୦୯: ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାର ଭୀକନଗାଓଁ ଥାନା କ୍ଷେତ୍ରରେ ଜଣେ ୧୯ ବର୍ଷୀୟା ମହିଳା ଗରବା ନୃତ୍ୟ କରୁଥିବାବେଳେ ହଠାତ୍‌ ତଳେ ପଡ଼ି ପ୍ରାଣ  ହରାଇଛନ୍ତି । ଘଟଣା ଖରଗୋନ ଜିଲ୍ଲା ମୁଖ୍ୟାଳୟଠୁ  ପ୍ରାୟ ୪୦ କିମି ଦୂର ସିଙ୍ଗାଜୀ ମନ୍ଦିର ପରିସରରେ  ଘଟିଛି । ସୋନମ ସ୍ୱାମୀ କୃଷ୍ଣପାଲଙ୍କ ସହ ମା’ ଦୁର୍ଗାଙ୍କ ମୂର୍ତ୍ତି ସାମ୍ନାରେ ଗରବା କରୁଥିଲେ ।

ଚଳିତ ବର୍ଷ ମେ’ରେ ସୋନମଙ୍କର ବିବାହ ହୋଇଥିଲା । ଘଟଣା ସମୟରେ ପାରମ୍ପରିକ ଗୀତ ‘ମେରେ ଢୋଲନା’ ବାଜୁଥିଲା । ସୋନମ ଏହି ଗୀତରେ  ନୃତ୍ୟ କରୁ କରୁ ତଳେ ପଡ଼ିଗଲେ । ଘଟଣାସ୍ଥଳରେ ଉପସ୍ଥିତ ଲୋକେ ପ୍ରଥମେ ଏହାକୁ ଗୀତର ଅଂଶ ବୋଲି ଭାବିଲେ । କିଛି ଲୋକ ହସିଲେ ମଧ୍ୟ । କିନ୍ତୁ ସୋନମ ନ ଉଠିବାରୁ, ହୋହଲ୍ଲା ଆରମ୍ଭ ହୋଇଗଲା । କୃଷ୍ଣପାଲ ତାଙ୍କୁ ଉଠାଇବାକୁ ଚେଷ୍ଟା କଲେ । କିନ୍ତୁ ସେତେବେଳକୁ ସୋମନଙ୍କର ମୃତ୍ୟୁ ହୋଇସାରିଥିଲା । କାର୍ଡିଆକ୍‌ ଆରେଷ୍ଟ୍‌ କିମ୍ବା ଅନ୍ୟ ରୋଗ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରଥମେ ଆଶଙ୍କା କରାଗଲା । ଘଟଣାର  ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।  ଏଥିରେ ସୋନମଙ୍କୁ ତଳେ ପଡ଼ିବାର ଦେଖିବାକୁ  ମିଳିଛି । ଶବକୁ ପୋଷ୍ଟ୍‌ମର୍ଟମ ପାଇଁ ପଠାଯାଇଛି ।