ଭୁବନେଶ୍ବର, ୨୯।୪ : PM E-DRIVE ଯୋଜନା ଅଧିନରେ ଓଡ଼ିଶାର ୬ଟି ସହରରେ ୧୯୦ଟି ଇଭି ଚାର୍ଜିଂ ଷ୍ଟେସନ୍ ସ୍ଥାପନ ହେବ । ୬ଟି ପ୍ରମୁଖ ସହର ଅନୁଗୋଳ, ବାଲେଶ୍ବର, ଭୁବନେଶ୍ୱର, କଟକ, କଳିଙ୍ଗନଗର ଏବଂ ପୁରୀର ୧୯୦ଟି ସ୍ଥାନରେ ଇଭି ଚାର୍ଜିଂ ଷ୍ଟେସନ୍ ସ୍ଥାପନ ପାଇଁ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଭୁବନେଶ୍ୱର ପୋଲିସ୍ ଭବନରେ ଏନେଇ କେନ୍ଦ୍ର ଭାରୀ ଶିଳ୍ପ, ରାଜ୍ୟ ପରିବହନ ପ୍ରାଧିକରଣ ଓ BHEL ର ଅନୁଷ୍ଠିତ ହୋଇଥିବା ମିଳିତ ବୈଠକରେ ଏହି ପ୍ରସ୍ତାବ ଦିଆଯାଇଛି।
BHEL ଓ ରାଜ୍ୟ ରାଜ୍ୟ ପରିବହନ ପ୍ରାଧିକରଣ ମିଳିତ ଭାବେ ସ୍ଥାନ ବାଛିବେ। ଯେଉଁଠି EV ଷ୍ଟେସନ୍ ସ୍ଥାପନ ହେବ। ଜାତୀୟ ରାଜପଥ, ଆଞ୍ଚଳିକ ସ୍ଥାନକୁ ଗୁରୁତ୍ୱ ଦିଆଯିବ। ଥରେ ଷ୍ଟେସନ ହୋଇଗଲେ ରାଜ୍ୟ ପରିବହନ ପ୍ରାଧିକରଣ ବିଭାଗ ଷ୍ଟେସନଗୁଡ଼ିକ ନିଜେ ପରିଚାଳନା କରିପାରେ କିମ୍ବା ନୋଡାଲ ଅପରେଟର କୁ ହ୍ୟାଣ୍ଡଓଭର କରିପାରନ୍ତି। ଏହି ଯୋଜନା ପାଇଁ ମୋଟ ୧୦,୯୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।ପ୍ରଦୂଷଣ କମିବା ସହ ଦେଶରେ ବୈଦ୍ୟୁତିକ ଯାନର ବ୍ୟବହାର ବଢ଼ାଇବା ପାଇଁ ଏହି ଭିତ୍ତିଭୂମି ବିକାଶ ଗୁରୁତ୍ବପୂର୍ଣ ପଦକ୍ଷେପ ବୋଲି କୁହାଯାଇଛି।
ଆହୁରି ପଢନ୍ତୁ : ଚନ୍ଦନଯାତ୍ରାରେ ବିବାଦ ପ୍ରସଙ୍ଗ : ରିପୋର୍ଟ ଆସିବା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ