ପ୍ରମୂଖ ଖବର
  • ରାଜ୍ୟରେ ଡାଇରିଆ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ସାମିଲ ରହିବେ ବରିଷ୍ଠ ଅଧିକାରୀ
  • ||
  • କଟକ : ହନୁମାନ ମନ୍ଦିରର ତାଲା ଭାଙ୍ଗି ଲୁଟ୍‌, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ବାଲେଶ୍ୱର : ଘରୁ ମିଳିଲା ଯୁବକଙ୍କ ମୃତଦେହ, ପ୍ରେମିକ ସହ ମିଶି ସ୍ତ୍ରୀ ହତ୍ୟା କରିଥିବା ସନ୍ଦେହ
  • ||
  • 'ଯୋଗରୁ ଶାନ୍ତି ଓ ଦିଗ ମିଳେ, ଚିନ୍ତାଗ୍ରସ୍ତ ଦୁନିଆ ପାଇଁ ପଜ୍ ବଟନ୍‌': ପ୍ରଧାନମନ୍ତ୍ରୀ
  • ||
  • ବାଲେଶ୍ୱରରେ ବନ୍ୟା ସ୍ଥିତି ଆଣିଲା ସୁବର୍ଣ୍ଣରେଖା, ୨୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଛତ୍ରପୁରରେ ଅନ୍ତର୍ଜାତିକ ଯୋଗ ଦିବସ ପାଳିତ; ଯୋଗ ଦେଲେ ମନ୍ତ୍ରୀ,ବିଧାୟକ
  • ||
  • କଳାହାଣ୍ଡି : ମ.ରାମପୁର ଉପ ଡାକଘରୁ ଚୋରି, ତଦନ୍ତ କରୁଛି ପୁଲିସ
  • ||
  • ଅପରେସନ୍‌ ସିନ୍ଧୁ ; ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ସୁରକ୍ଷିତ ଫେରିଲେ ୨୯୦ ଭାରତୀୟ
  • ||
  • ଯୋଗ ଦିବସ ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କହିଲେ- 'ଏକାଗ୍ରତା ଓ ସ୍ଥିରତା ଆଣେ ଯୋଗ'
  • ||
  • ଅନ୍ତର୍ଜାତୀୟ ଯୋଗ ଦିବସ; ଯୋଗ କରନ୍ତୁ, ସୁସ୍ଥ ରୁହନ୍ତୁ
  • ||
  • ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ , ଆସନ୍ତା ୩ ଦିନ କାଁ ଭାଁ ବର୍ଷା
  • ||

ମିଶିଲା ପ୍ରଳୟ ବର୍ଷର କ୍ୟାଲେଣ୍ଡର, ୨୦୨୫ ମସିହାରେ ୧୯୪୧ର ପୁନରାବୃତ୍ତି, ଟାଇମ୍ ଟ୍ରାଭେଲ୍ କରୁଛି କି ପୃଥିବୀ ?

Published By : Rasmita Pradhan | June 21, 2025 10:15 AM

ଭୁବନେଶ୍ଵର ; ସମାନ କ୍ୟାଲେଣ୍ଡର, ସମାନ ତାରିଖ, ସମାନ ଘଟଣାବଳୀ। ମିଶିଲା ପ୍ରଳୟ ବର୍ଷର କ୍ୟାଲେଣ୍ଡର। ଗଲା ୬ ମାସ... ବାକି ଅଛି ଆହୁରି ଅଧେ । ବିମାନ ଦୁର୍ଘଟଣା ହେଉକି ଜଙ୍ଗଲ ନିଆଁ ଅବା ଯୁଦ୍ଧ। ଅଘଟଣର ତାରିଖ ସମାନ, ମାସ ବି ସମାନ। ୨୦୨୫ ମସିହାରେ ୧୯୪୧ର ପୁନରାବୃତ୍ତି। ଦୁଇ ଅଲଗା ବର୍ଷର କ୍ୟାଲେଣ୍ଡର ସମାନ ହେବା କିଛି ନୂଆ କଥା ନୁହେଁ। ପ୍ରତି ଦଶକରେ ଏମିତି ଘଟେ । ଆଶ୍ଚର୍ଯ୍ୟର ବିଷୟ ୧୯୪୧ ଓ ୨୦୨୫ର ଘଟଣା ଏବଂ ଦୁର୍ଘଟଣା ଏକାଭଳି। ୮୪ ବର୍ଷ ପରେ ୨୦୨୫ରେ ଫେରିଛି ୧୯୪୧ର ବିପର୍ଯ୍ୟୟ । ଉଭୟ ମସିହାରେ ବୁଧବାରରୁ ଆରମ୍ଭ ହୋଇଥିଲା ବର୍ଷ ଏବଂ ନଥିଲା ଅଧିବର୍ଷ। ଲାଗୁଛି ଯେମିତି ଟାଇମ୍ ଟ୍ରାଭେଲ୍ କରୁଛି ପୃଥିବୀ । 

୨୦୨୫ର ଅଧା ବିତିଗଲାଣି। ବର୍ଷ ସରିବାକୁ ଆଉ ବାକି ମାତ୍ର ୬ ମାସ। ହେଲେ ୨୦୨୫ର ଆରମ୍ଭରୁ ଘଟିଛି ଏଭଳି କିଛି ଘଟଣା- କୁମ୍ଭମେଳାରେ ଦଳାଚକଟା, ପହଲଗାମ୍‌ରେ ନରସଂହାର, ଭାରତ-ପାକିସ୍ତାନ ମଧ୍ୟରେ ସଂଘର୍ଷ, ବେଲୁଚିସ୍ତାନରେ ଇରାକ୍ ଭଳି ସ୍ଥିତି, ଅହମ୍ମଦାବାଦ ପ୍ଲେନ୍ ଟ୍ରାଜେଡି, ଗାଜାରେ ଇସ୍ରାଏଲ୍‌ର ରକ୍ତିର ହୋଲି, ଇରାନ-ଇସ୍ରାଏଲ୍ ଭିତରେ ମହାଯୁଦ୍ଧ, ପୁଣି ଆମେରିକା ଏବଂ ଋଷ ମୁହାଁମୁହିଁ। ଯାହାକୁ ଦେଖି ଏବେ ଲୋକେ ଭୟଭୀତ। କାରଣ ୨୦୨୫ ଭଳି ୧୯୪୧ ଥିଲା ଅଘଟଣର ବର୍ଷ। 

୧୯୪୧ରେ ଭୀଷଣ ହୋଇଥିଲା ଦ୍ଵିତୀୟ ବିଶ୍ଵଯୁଦ୍ଧ। ସୋଭିଏତ୍ ସଙ୍ଘ ଏବଂ ପର୍ଲ ହାର୍ବର ଉପରେ ଆକ୍ରମଣ କରିଥିଲା ଜର୍ମାନୀ। ହିଟଲରର ଗ୍ୟାସ୍ ଚାମ୍ବରରେ ହଜାର ହଜାର ଲୋକଙ୍କୁ କରାଯାଇଥିଲା ହତ୍ୟା। ବିଶ୍ଵର କିଛି ଭାଗରେ ଆରମ୍ଭ ହୋଇଯାଇଥିଲା ଯୁଦ୍ଧ। ପ୍ରଥମ ଥର ପାଇଁ ଆମ୍ନା-ସାମ୍ନା ହୋଇଥିଲେ ଆମେରିକା-ଋଷ। ରସାତଳକୁ ଚାଲିଯାଇଥିଲା ବିଶ୍ଵ ଅର୍ଥନୀତି। ଏଭଳି କିଛି ଘଟଣା ୨୦୨୫ର ପ୍ରଥମ ୬ ମାସରେ ଦେଖିବାକୁ ମିଳିଲାଣି। ତେବେ ଏହା କେବଳ ଏକ ସଂଯୋଗ ନା ଆଉ କିଛି ? କ'ଣ ଇତିହାସ ନିଜକୁ ପୁନରାବୃତ୍ତି କରୁଛି ? ତୃତୀୟ ବିଶ୍ଵଯୁଦ୍ଧ ମୁହାଁ ହେଉଛି କି ବିଶ୍ଵ ? ତେବେ ଏହା କେବଳ ଏକ ବିଶ୍ଳେଷଣ ହୋଇ ଥାଇପାରେ... କିନ୍ତୁ ୨୦୨୫, ୧୯୪୧ର ସ୍ମୃତିକୁ ସତେଜ କରିଛି। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.