ଫିରିଙ୍ଗିଆ,୧୯।୧ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଧୀନରେ ଥିବା ପବିଙ୍ଗିଆ ପଞ୍ଚାୟତର ବବଡଙ୍ଗିଆ ଗାଁରେ ଗତ ୩୦ ତାରିଖରେ ପ୍ରଶାନ୍ତ ପ୍ରଧାନଙ୍କ ଘର ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିଲେ। ଏହି ଘଟଣାରେ ଫିରିଙ୍ଗିଆ ପୋଲିସ ସୋମବାର ସେହି ଗାଁ ର ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ସେହୁ ବବଡଙ୍ଗିଆ ଗାଁ ର ବିନୋଦ ପ୍ରଧାନ ଓ ସିଦ୍ଧାନ୍ତ ପ୍ରଧାନ ।
ସୂଚନା ଅନୁସାରେ ଗତ ୩୦ ତାରିଖରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁର କିଛି ଲୋକ ପ୍ରଶାନ୍ତ ପ୍ରଧାନଙ୍କ ଘରକୁ ଭାଙ୍ଗି ଦେଇଥିଲେ । ଜୀବନ ବିକଳରେ ତାଙ୍କ ସ୍ତ୍ରୀ ଓ ପିଲା ଙ୍କୁ ଧରି ରାତି ଅଧିଆ ଥାନାରେ ଦ୍ୱାରସ୍ଥ ହୋଇଥିଲା । ଏତଲା ପରେ ଫିରିଙ୍ଗିଆ ପୋଲିସର ଏକ ଟିମ ତଦନ୍ତ ପାଇଁ ଗାଁ କୁ ଯାଇଥିଲେ। ଏହି ସମୟରେ ସମ୍ପୃକ୍ତ ବ୍ୟକ୍ତିମାନେ ପୋଲିସ ଓ ପ୍ରଶାନ୍ତ କୁ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପୋଲିସ ଲାଠି ଚାର୍ଜ କରିଥିଲା । ଏଥିରେ ସେହୁ ଗାଁ ର ଜଣେ ଅଟୋ ଡ୍ରାଇଭର ଆହତ ମଧ୍ୟ ହୋଇଥିଲା । ତେବେ ଘଟଣା କୁ ନେଇ ଫିରିଙ୍ଗିଆ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ମାନେ ପୋଲିସ ର ଭୟରେ ଫେରାର ହୋଇଯାଇଥିଲେ । ରବିବାର ଅଭିଯୁକ୍ତ ମାନେ ଘରେ ଥିବା କୌଣସି ସୂତ୍ର ରୁ ଖବର ପାଇ ଏହି ଦୁଇଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ସୋମବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଫିରିଙ୍ଗିଆ ଥାନା ଅଧିକାରୀ ମୁରଲୀଧର ସାହୁ ସୂଚନା ଦେଇଛନ୍ତି ।