ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

୫ ଜଣଙ୍କୁ ଗୋଡାଇ ଗୋଡାଇ ହାଣିବା ଘଟଣା, ଆଉ ୨ ଗିରଫ

Published By : Suraj Kumar | February 11, 2025 5:39 PM

ବ୍ରହ୍ମପୁର,୧୧।୨:  ଗୋଳନ୍ଥରା ଥାନା ଅଂଚଳରେ  ୫ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାରେ ଆଉ ୨ ଜଣକୁ ପୋଲିସ ଗିରଫ କରିଛି।  ଗିରଫ ଦୁଇ ଜଣ  ହେଲେ  ସୁଭାଶିଷ ସାହୁ ଓ ରଣ୍ଡା ସରପଂଚ ଅଜିତ ରାଉଳ। ପୂର୍ବରୁ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଥିଲା ପୋଲିସ। 

ଉଭୟ ପକ୍ଷ ମଧ୍ୟରେ ରାଜନୈତିକ ଶତ୍ରୁତା ରହିଥିଲା । ନିର୍ବାଚନ ପୂର୍ବରୁ ଓ ପରେ ଉଭୟ ପକ୍ଷ ପରସ୍ପରକୁ ଆକ୍ରମଣ କରି ଜେଲ ବି ଯାଇଥିଲେ। ତେବେ ଗତ ୭  ତାରିଖରେ ଏହି ଦୁଇ ଜଣଙ୍କ  କଥାରେ  ଗୋଲନ୍ଥରା ଥାନା ହଳଦିଆ ପଦର ଗ୍ରାମର ସୁବାସ ଦାସ, ସଦାନନ୍ଦ ଦାସ ଓ କନିସି ଗ୍ରାମର ଆଶିଷ ଦଳାଇ ମିଳିତ ଭାବେ ବାଇକରେ ଯାଇ  ୫ ଜଣଙ୍କୁ ଆକ୍ରମଣ କରିଥିଲେ।   ପୋଲିସ ତଦନ୍ତ କରି ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା।  ଏବେ ୨ ଜଣଙ୍କୁ ଗିରଫ କରିଛି।   ଅଜିତଙ୍କ ନାଁରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଛି। ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତ ସୁବାସ ଦାସ ନାମ ରେ ୧୪ ଟି, ସଦାନନ୍ଦ ଦାସ ନାମରେ ୧୦ ଟି ଓ ଆଶିଷ ଦଳାଇ ନାମରେ ୧୨ଟି ମାମଲା ରହିଛି।  ଏମାନଙ୍କ ଠାରୁ ୨ଟି ବାଇକ୍ ଓ ୨ଟି ଖଣ୍ଡା ପୋଲିସ ଜବତ୍ କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.