ପ୍ରମୂଖ ଖବର
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

କବିସୂର୍ଯ୍ୟନଗରର ଦୀପକ ସାହୁ ହତ୍ୟା ଘଟଣା, ହତ୍ୟାକାରୀ ମା’ ଏବଂ ବଡ଼ ପୁଅ ଗିରଫ

Published By : Rasmita Pradhan | March 19, 2025 10:14 AM

ବ୍ରହ୍ମପୁର, ୧୯/୩ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ହାତୀଓଟ ଗ୍ରାମର ଦୀପକ ସାହୁ ହତ୍ୟା ଘଟଣା। ୧୦ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ। ହତ୍ୟାକାରୀ ମା’ ଏବଂ ବଡ଼ ପୁଅ ଗିରଫ। ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ସାଇଣ୍ଟିଫିକ୍‌ ଟିମ୍‌ର ରିପୋର୍ଟ ଆଧାରରେ ହତ୍ୟା ଘଟଣାର ପର୍ଦ୍ଦାଫସ୍ କଲା ପୋଲିସ। ସାନ ପୁଅକୁ ହତ୍ୟା କରି ଦୁର୍ଘଟଣା ରୂପ ଦେଇଥିଲେ ମା’ ଏବଂ ବଡ଼ପୁଅ। ଅଭିଯୁକ୍ତମାନେ ହେଲେ ହାତୀଓଟ ଗ୍ରାମର ସୁରଜ ସାହୁ ଓ ତାଙ୍କ ମା’ବୈଜୟନ୍ତୀ ସାହୁ। ପୋଲିସ ସେମାନଙ୍କୁ ଗିରଫ କରି ଏବେ କୋର୍ଟ ଚାଲାଣ କରିଛି। 

ସୂଚନା ଅନୁସାରେ, ହାତୀଓଟ ଗ୍ରାମର ବୈଜୟନ୍ତୀ ସାହୁ ଦୁଇ ପୁଅ ସୁରଜ ଓ ଦୀପକଙ୍କ ସହ ରହୁଥିଲେ। ବିଭିନ୍ନ ସମୟରେ ସାନ ପୁଅ ଦୀପକ ଘରେ ଗଣ୍ଡଗୋଳ କରୁଥିଲା। ଏପରିକି ଅଧିକାଂଶ ସମୟ ବାହାରେ ରହୁଥିଲା। ଗତ ୧୬ ତାରିଖ ରାତିରେ ଦୀପକ ଘରକୁ ଆସି ପୁଣିଥରେ ମା’ ଓ ବଡ଼ଭାଇ ସହିତ ଗଣ୍ଡଗୋଳ କରି ପାଟିତୁଣ୍ଡ କରିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ମା’ ଓ ବଡ଼ପୁଅ ସୁରଜ ମିଶି ଦୀପକଙ୍କ ତିଣ୍ଟିଚିପି ହତ୍ୟା କରିଥିଲେ। ଘଟଣା ପରେ ସେମାନେ ଦୀପକଙ୍କୁ ପୋଲସରା ମେଡିକାଲ ନେଇଥିଲେ। ଦୀପକ କୌଣସି ଏକ ଦୁର୍ଘଟଣାରେ ଶିକାର ହୋଇ ଘରକୁ ଆସି ଅଚେତ ହୋଇ ପଡ଼ିଥିଲା ବୋଲି କହିଥିଲେ। ଚିକିତ୍ସା ପରେ ଡାକ୍ତର ଦୀପକଙ୍କୁ ମୃତ ଘୋଷଣା କରିଥିଲେ। କବିସୂର୍ଯ୍ୟନଗର ଥାନା ପୁଲିସ ଏହି ଘଟଣାରେ  ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ୍‌ ଟିମ୍‌ର ପ୍ରମାଣ ଆଧାରରେ ତାହା ହତ୍ୟା ବୋଲି ଜଣାପଡ଼ିଥିଲା। ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ପୁରୁଷୋତ୍ତମପୁର ଏସ୍‌ଡିପିଓ ଡ. ଦୀପକ କୁମାର ମିଶ୍ର ଓ କବିସୂର୍ଯ୍ୟନଗର ଥାନା ଅଧିକାରୀ ନିରଞ୍ଜନ ଦାସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଅଧିକ ଜେରା ପରେ ଉଭୟ ମା-ପୁଅ ମିଶି ସାନ ଭାଇକୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ବୀକାର କରିଥିଲେ।

ଏହି ଖବରଟିକୁ ପଢନ୍ତୁ-ଜନତା ମଇଦାନରେ ଜମିବ ତୋଷାଳି ମେଳା, ୨୮ କୋଟି ବାଣିଜ୍ୟ ଲକ୍ଷ୍ୟ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.