ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ବାଲି ବୋଝେଇ ଗାଡ଼ିରୁ ଚାନ୍ଦା ଆଦାୟ କରି ୨ ଅଭିଯୁକ୍ତ ଗିରଫ

Published By : prameya | May 16, 2025 2:54 PM

ପାଣିକୋଇଲି,୧୬/୦୫: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଧୀନ ସଠିପୁର ଅଞ୍ଚଳର ବାଲି ବୋଝେଇ ଗାଡ଼ିରୁ ଚାନ୍ଦା ଆଦାୟ ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତମାନେ ପଳସା ଅଞ୍ଚଳର ସନାତନ ମଲ୍ଲିକ ଓ ଉପେନ୍ଦ୍ର ମୁଣ୍ଡା ବୋଲି ଜଣାପଡ଼ିଛି। 


ତେବେ  ବାଲି ବୋଝେଇ ଗାଡ଼ିରୁ ଚାନ୍ଦା ଆଦାୟ ଦିନକୁ ଦିନ ବଢ଼ି ଚାଲିଛି । ବିଭିନ୍ନ ଛକରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଜଗି ବସି ବିଭିନ୍ନ ଆଳ ଦେଖାଇ ବାଲି ଗାଡ଼ିରୁ ଚାନ୍ଦା ଆଦାୟ କରୁଥିବା ବାରମ୍ବାର ଅଭିଯୋଗ ହେଉଥିଲା । ଗାଡ଼ି ଚାଳକ ଚାନ୍ଦା ନ ଦେଲେ ଗଣ୍ଡଗୋଳ ହେଉଛି । ସଠିପୁର ଛକ ଠାରୁ ଶାଳବା, ଅବୃତିଆ, ଗମ୍ଭାରିଆ, ମୁକୁନ୍ଦୁପୁର, ସାଆଁଳା ବାଲିଘାଟ ପର୍ଯ୍ୟନ୍ତ କିଛି ଦୁର୍ବୃତ୍ତମାନେ ମେଳି କରି ଚାନ୍ଦା ଆଦାୟ କରନ୍ତି । ଘାଟରୁ ବାଲି ବୋଝେଇ କରି ଗାଡ଼ିଗୁଡ଼ିକ ଯେଉଁ ରାସ୍ତା ଦେଇ ଆସୁଥିଲା, ପ୍ରାୟ ବିଭିନ୍ନ ଛକରେ ଗାଡ଼ିରୁ ଚାନ୍ଦା ଆଦାୟ କରାଯାଉଛି । ଗାଡ଼ି ଚାଳକ ମନା କଲେ ଧମକ ଚମକ ଦେଇ ଟଙ୍କା ଛଡ଼ାଇ ନିଅନ୍ତି, ଏଭଳି ସ୍ଥିତିରେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ କହିବା କଥା ପୋଲିସର ପେଟ୍ରୋଲିଙ୍ଗ ଠିକ ଭାବରେ ହଉ ନଥିବାରୁ ଏ ଭଳି ପରିସ୍ଥିତି ଘଟୁଥିବା ଅଭିଯୋଗ ହୋଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.