ଆନନ୍ଦପୁର, ୯।୫ - ଗୁଜୁରାଟି ବ୍ୟବସାୟୀଙ୍କୁ ଅପହରଣ ସମୟରେ ମାଡିବସିଲା ପୁଲିସ। ଅପହରଣକାରୀ ଓ ଡ୍ରାଇଭର ଗିରଫ । ଦୀର୍ଘ ଦିନର ବ୍ୟବସାୟିକ ସମ୍ପର୍କ ପରେ ଟଙ୍କା ପାଇଁ ଗୁଜୁରାଟି ଜମନ ଭାଇଙ୍କୁ କେନ୍ଦୁଝରର ବଜରଙ୍ଗୀ ଲାଲ୍ ନାମକ ଜଣେ ବ୍ୟବସାୟୀ ମାଡ ମାରିବା ସହ ୧୪ଲକ୍ଷ ୫୦ ହଜାର ଛଡାଇ ନେଇ ଅପହରଣ କରୁଥିବା ସମୟରେ ପୋଲିସ୍ ହାତରେ ଧରାପଡିଛନ୍ତି।
ବ୍ୟବସାୟରେ ଟଙ୍କା ବିବାଦକୁ ନେଇ ବଜରଙ୍ଗି ଜମନ ଭାଇଙ୍କୁ ଘରକୁ ଡାକି ମାଡ ମାରିବା ସହ ୧୪ଲକ୍ଷ ୫୦ ହଜାରା ଟଙ୍କା ଛଡାଇ ନେଇଥିଲେ । ଆହୁରି ୩୩ଲକ୍ଷ ଟଙ୍କା ଦାବି କରି ଜୀବନରୁ ମାରି ଦେବାକୁ ଧମକ ଦେବା ସହ ଏକ କାର୍ ଯୋଗେ ତାଙ୍କୁ ଅପହରଣ କରି କଟକ ନେଉଥିଲେ ।ଏହି ସମୟରେ କେନ୍ଦୁଝର ପୋଲିସକୁ ଜଣାଇବାରୁ ଘଷିପୁରା ଥାନା ଶାଳପଡାଠାରେ ପୋଲିସ୍ ଗାଡି ଅଟକାଇ ତାଙ୍କୁ ଉଦ୍ଧାର କରିଛନ୍ତି । ମାମଲା ରୁଜୁ ହେବା ପରେ ବଜରଙ୍ଗି ଲାଲ୍ ଓ ଡ୍ରାଇଭର ମୁନିରାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।