ପୋଲସରା ୨।୬ : ପୋଲସରା ଥାନା ପକ୍ଷରୁ ପାଟ୍ରୋଲିଂ ବେଳେ ୨ ଜଣଙ୍କୁ ଗିରିଫ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ କବିସୂର୍ଯ୍ୟନଗର ଥାନା ଅଧୀନ ଏ ବରିଡା ଗ୍ରାମର ବସନ୍ତ ନାହାକ ଓ ପୋଲସରା ଥାନା କଣଛାଇ ଗ୍ରାମର ବସନ୍ତ ସାହୁ । ପୁଲିସ ସେମାନଙ୍କ ନିକଟରୁ ଦୁଇଟି ଦେଶୀ ପିସ୍ତଲ, ଦୁଇଟି ମୋବାଇଲ ଓ ୪ଗୋଟି ଅଫୁଟା ଗୁଳି ଜବତ କରିଛି । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲସରା ଥାନା ପକ୍ଷରୁ ଥାନାଧିକାରୀ କୌଶିକ ମାଝିଙ୍କ ନେତୃତ୍ୱରେ ଏ ଏସ ଆଇ ରମଣ ଶବର ଓ ଏସ ଆଇ ସଂଗ୍ରାମ ସେଠୀ ପାଟ୍ରୋଲିଂ କରୁଥିଲେ।

ବିହାରରେ ୩ଟି ପର୍ଯ୍ୟାୟରେ ହୋଇପାରେ ବିଧାନସଭା ନିର୍ବା...