ସୋର, ୩୦।୪ : ଭାରସାମ୍ୟ ହରାଇ   ଟ୍ରାକ୍ଟର ଓଲଟି ନୟନଜୋରୀକୁ ଖସିଲା। ଟ୍ରାକ୍ଟର ତଳେ ଚାପି ହୋଇ  ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି  l ମୃତ ନାବାଳକ ହେଲେ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ତାଳକୁରୁଣିଆ ଗ୍ରାମର ସତ୍ୟଜିତ ମଲ୍ଲିକ ଓ ଦୀନେଶ ପାଣିଗ୍ରାହୀ  ।

ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ତାଳକୁରୁଣିଆ ଗ୍ରାମର ସତ୍ୟଜିତ ମଲ୍ଲିକ ଓ ଦୀନେଶ ପାଣିଗ୍ରାହୀ  ଏକ ଟ୍ରାକ୍ଟର ନେଇ ନୀଳକଣ୍ଠପୁର ଯାଉଥିଲେ।  ଟ୍ରାକ୍ଟରଟି ଭାରସାମ୍ୟ ହରାଇ ରାସ୍ତା ସଂଲଗ୍ନ ନୟଜୋରୀ ଭିତରକୁ ଖସିଯାଇଥିଲା। ଟ୍ରାକ୍ଟର ତଳେ ଉଭୟ ନାବାଳକ ଚାପି ହୋଇ ରହିଯାଇଥିଲେ। ଉଭୟଙ୍କୁ ଜେସିବି ଲଗାଇ ଗାଁ ଲୋକେ ଓଲଟି ପଡ଼ିଥିବା ଟ୍ରାକ୍ଟର ତଳୁ ବାହାର କରିଥିଲେ l ଗାଁ ଲୋକେ ଉଦ୍ଧାର କରି ଗୋପାଳପୁର ଡାକ୍ତରଖାନାକୁ ଆଣିଥିଲେ ।ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସତ୍ୟଜିତ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ  ଓ ଦୀନେଶ ଦଶମ ଶ୍ରେଣୀରେ ପଢୁଥିଲା।