ପ୍ରମୂଖ ଖବର
  • ଟାଙ୍ଗୀ: ବୋମାମାଡ କରି ସୁନା ଦୋକାନରୁ ଲୁଟ
  • ||
  • ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ, ଛାତରୁ ଖସିପଡ଼ିଲା କାର୍‌
  • ||
  • ସୁବର୍ଣ୍ଣରେଖାରେ ମଧ୍ୟମ ଏବଂ ବୈତରଣୀରେ ଛୋଟ ଧରଣର ବନ୍ୟା: ସର୍ବୋଚ୍ଚ ଯନ୍ତ୍ରୀ
  • ||
  • କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା
  • ||
  • ଉଛୁଳା ମହାନଦୀକୁ ଡେଇଁ ପଡ଼ିଲେ ଛାତ୍ରୀ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀ-କୋଣାର୍କ ଭିଷ୍ଟାଡମ୍ ଟ୍ରେନ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ୩୨କିଲୋମିଟର ପାଇଁ ଖର୍ଚ୍ଚ ହେବ ୪୯୨ କୋଟି
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଜଳେଶ୍ୱର: ଲଘୁଚାପ ବର୍ଷା ଯୋଗୁଁ ଫୁଲୁଛି ସୁବର୍ଣ୍ଣରେଖା, ବିପଦ ସଂକେତ ଉପରେ ଜଳସ୍ତର
  • ||
  • ନୂଆପଡ଼ାରେ ବାଘ ଆତଙ୍କ, ଛେଳିକୁ ମାରି ଖାଇଦେଲା କଳରାପତରିଆ ବାଘ
  • ||

ନିବେଶ ଆଳରେ ଠକେଇ : ୨ ସାଇବର ଠକ ଗିରଫ

Published By : Suraj Kumar | August 24, 2025 7:20 PM

ଭୁବନେଶ୍ବର,୨୪।୮ : ନିବେଶ ଆଳରେ  ଠକେଇ କରିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ପୁଲିସ ୨ ସାଇବର ଠକଙ୍କୁ ଗିରଫ କରିଛି। ଗିରଫ ୨ ସାଇବର ଠକ ହେଲେ ଲୁଧିଆନାର ବିଟୁ କୁମାର ଓ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାରୁ ଚପଲାମାଡୁଗୁ ସୁଧୀର କୁମାର । ସେମାନେ  ଜଣଙ୍କ ଠାରୁ ୬ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଏବଂ ଆଉ ଜଣଙ୍କ ଠାରୁ ଏକ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରିଛନ୍ତି।

 ଅନଲାଇନ ଟ୍ରେଡିଂ ରେ ନିବେଶ କଲେ ଅଧିକ ଲାଭ ହେବ ବୋଲି ଜଣେ ବ୍ୟକ୍ତିଙ୍କୁ ସାଇବର ଠକ କହିଥିଲେ। ବ୍ୟକ୍ତି ଜଣକ ଅଧିକ ଲାଭ ଆଶାରେ  ବିଭିନ୍ନ ଫଣ୍ଡରେ  ୬କୋଟି ୧୬ ଲକ୍ଷ ୩୭ ହଜାର ୮୪ ଟଙ୍କା ନିବେଶ କରିଥିଲେ। ତେବେ ଏହାପରେ ତାଙ୍କର‌ କିଛି ଟଙ୍କା କ୍ଷତି ହୋଇଥିଲା। ଏହାପରେ ସେ ଟଙ୍କା ଉଠାଇବା ପାଇଁ ଚେଷ୍ଟା କଲାବେଳେ ତାଙ୍କର ଟଙ୍କା ଉଠାଣ କରିପାରିନଥିଲେ । ଆଉ ଟଙ୍କା ପୁଣି ଡିପୋଜିଟ୍ କଲେ ଉଠାଣ ହୋଇପାରିବ ବୋଲି ଅନଲାଇନରେ ଦେଖେଇଥିଲା। ଏହାପରେ ବ୍ୟକ୍ତି ଜଣକ ଠକାମୀର ଶିକାର ହୋଇଥିବା ଜାଣି କ୍ରାଇମବ୍ରାଞ୍ଚରେ ଏତଲା ଦେଇଥିଲେ। କ୍ରାଇମବ୍ରାଞ୍ଚ ତଦନ୍ତ କରି ପଞ୍ଜାବ ଲୁଧିଆନାର ବିଟୁ କୁମାରଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ମୋବାଇଲ ଫୋନ୍ ,  ସିମକାର୍ଡ , ଡେବିଟ କାର୍ଡ ଜବତ କରିଛି।

ସେହିପରି ସମାନ ଢଙ୍ଗରେ ଆଉ ଜଣେ ବ୍ୟକ୍ତି ଠକାମୀ ର ଶିକାର ହୋଇ ୧ କୋଟି‌ ୧ ଲକ୍ଷ ୪୪ ହଜାର ୬ ଶହ ଟଙ୍କା ହରେଇ ଥିଲେ।  ଏ ନେଇ ବ୍ୟକ୍ତି ଜଣକ କ୍ରାଇମ୍ରବାଞ୍ଚରେ ଅଭିଯୋଗ କରିଥିଲେ। କ୍ରାଇମବ୍ରାଞ୍ଚ ପୁଲିସ ତଦନ୍ତ କରି  ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାରୁ ଚପଲାମାଡୁଗୁ ସୁଧୀର କୁମାରଙ୍କୁ ଗିରଫ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.