ଭୁବନେଶ୍ବର,୧୭।୬ :   ରାଜଧାନୀ ଭୁବନେଶ୍ବରରେ ଅପମିଶ୍ରଣ ମଦ ପିଇ ୨ଜଣଙ୍କ  ମୃତ୍ୟୁ  ଅଭିଯୋଗ  ।  ଭୁବନେଶ୍ବର ଲକ୍ଷ୍ମୀ ସାଗର   ଥାନା ଅଞ୍ଚଳରେ   ଘଟିଛି ଘଟଣା । ଏହାକୁ ନେଇ ଉତ୍ତେଜନା ଦେଖା ଦେଇଛି । ମଦ ଦୋକାନକୁ  ଘେରାଉ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଖବର ପାଇ  ଅବକାରୀ ବିଭାଗ ପହଞ୍ଚି ମଦ ଦୋକାନକୁ  ସିଲ କରିଛି  ।