ବାଙ୍କୀ,୧୩।୧୦ : ବାଙ୍କୀ-କଟକ ମୁଖ୍ୟ ରାସ୍ତାର ମୁରାରିପୂର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗଛରେ ବାଇକ ପିଟି ହୋଇ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଦୁଇଜଣ ହେଲେ ଡମପଡା ବ୍ଲକର ଭାଗିପୂର୍ ଗ୍ରାମର ବାଦଲ ଜେନା ଓ ବିଭୂତି ନାୟକ।
ଡମପଡା ବ୍ଲକର ଭାଗିପୂର୍ ଗ୍ରାମର ବାଦଲ ଜେନା ଓ ବିଭୂତି ନାୟକ ବାଙ୍କିରୁ ବାଇକରେ ଘରକୁ ଫେରୁଥିଲେ। ମୁରାରିପୂର ଛକରେ ଭାରସାମ୍ୟ ହରାଇ ବାଇକଟି ଗଛରେ ପିଟି ହୋଇଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।