ଗୁଣପୁର, ୧୩l୧୦(ଆପ୍ର): ରାୟଗଡା ଜିଲ୍ଲା ରାମନାଗୁଡା ଥାନା କଣ୍ଡାଜାମ - ପାଲୁପାଇ ରାସ୍ତା ବୁଲାଣିରେ ଟ୍ୟାଙ୍କର ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ହେଲେ ରାୟଗଡା ନିକଟ ଗୁମା ଅଞ୍ଚଳର ।
ରାୟଗଡା ନିକଟ ଗୁମା ଅଞ୍ଚଳର ୨ ଜଣ ବାଇକ୍ ଯୋଗେ ରାମନାଗୁଡା ବ୍ଲକ ହାଡୁଗୁଡା ନିକଟ ରେଖାଗୁଡାରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଆସୁଥିଲେ। ଏହି ସମୟରେ ଟ୍ୟାଙ୍କରଟି ରାୟଗଡା ଅଭିମୁଖେ ଯାଉଥିଲା। କଣ୍ଡାଜାମ - ପାଲୁପାଇ ରାସ୍ତା ନିକଟରେ ଟ୍ୟାଙ୍କର-ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ଗୁରୁତର ୨ ବାଇକ ଆରୋହୀଙ୍କୁ ରାମନାଗୁଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।