କଳହାଣ୍ଡି,୧୬।୧ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଶ୍ରୀରାମପଡ଼ା ନିକଟରେ ଏକ ବାଇକକୁ ମହିନ୍ଦ୍ରା ପିକଅପ  ଧକ୍କା ଦେବାରୁ ଦୁଇ ଜଣଙ୍କ ମୃତ୍ୟୁ  ଘଟିଛି। ଏଥିସହ  ଜଣେ ଗୁରୁତର ହୋଇଛି। ମୃତକମାନେ ହେଲେ ଗଣ୍ଡାମେର ଗ୍ରାମର ଗୋପାଳ ନାଏକ ଓ ନୂଆପଡ଼ା ଜିଲ୍ଲା ଅନକାପୁର ଗ୍ରାମର କିଶୋର ନାଏକ  l ଗୁରୁତର ଥିବା ସୁନୁନିକୁଣ୍ଡା ଗ୍ରାମର ପ୍ରତ୍ୟୁଶ ଟୋଲଟିଆଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ଏକ ବାଇକ ଯୋଗେ ଗୋପାଳ, କି‌ଶୋର ଓ ପ୍ରତ୍ୟୁଶ  ଗୋଲାମୁଣ୍ଡା ପଟୁ ବୃନ୍ଦାବହାଲ ଅଭିମୁଖେ ଆସୁଥିଲେ। ଶ୍ରୀରାମପଡ଼ା ନିକଟରେ  ମହିନ୍ଦ୍ରା ପିକଅପ ଗାଡ଼ି ( ନଂ ଓଡ଼ି୧୦ଏଫ ୭୬୫୬)   ଧକ୍କା ଦେଇଥିଲା । ଫଳରେ ବାଇକରେ ଥିବା ତିନିଜଣ ରାସ୍ତା ଉପରେ ଛିଟିକି ପଡ଼ିଥିଲେ l ସ୍ଥାନୀୟ ଲୋକେ ମହିନ୍ଦ୍ରା ପିକଅପ ଗାଡ଼ି ଚାଳକକୁ ଧରି ପୋଲିସ ଜିମା ଦେଇଥିଲେ। ବର୍ତ୍ତମାନ ଘଟଣାସ୍ଥଳରେ ଚାପ ଉତ୍ତେଜନା ଲାଗି ରହିଥିବା ବେଳେ ଗୋଲାମୁଣ୍ଡା ଓ ଦଶପୁର ପୋଲିସ ଉପସ୍ଥିତ ରହି ପରିସ୍ଥିତି   ଉପରେ  ନଜର ରଖିଛନ୍ତି।