ଖଜୁରୀପଡ଼ା ୦୬/୧୨( ଆପ୍ର) ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦର୍ ଠାରେ ଦୃତ ଗତିରେ ଯାଉଥିବା ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସମ୍ବେପଦର ଗ୍ରାମର ବିଦ୍ୟାଧର ସେଠୀ , ପ୍ରେମଝୋରି ଗ୍ରାମର ଉପେନ୍ଦ୍ର ଦିଗାଲ।
ଖଜୁରୀପଡ଼ା ପଟରୁ ଫୁଲବାଣୀ ୫୭ ନଂ ଜାତୀୟ ରାଜପଥରେ ଏକ ଧଳା ରଙ୍ଗର କାର ଗାଡ଼ି ସନ୍ଧ୍ୟାବେଳେ ଦ୍ରୁତ ଗତିରେ ଯାଉଥିବା ବେଳେ ସମ୍ବେପଦର ଘାଇ ନିକଟରେ ଜଣକୁ ଧକ୍କା ଦେଇ ଫେରାର ହେଉଥିବା ସମୟରେ ସମ୍ବେପଦର ଶିବ ମନ୍ଦିର ନିକଟରେ ଆଉ ଜଣକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ସ୍ଥାନୀୟ ଲୋକେ ରାସ୍ତା ରୋକ୍ କରିଛନ୍ତି ।ଘଟଣା ସ୍ଥଳରେ ତହସିଲଦାର ଶୁଭଶ୍ରୀ ରଥ ଏବଂ ଥାନା ଅଧିକାରୀ ଚାପ ଧାରୀ ପ୍ରଧାନ ସମେତ ପୋଲିସ ବାହିନୀ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଛି ।ଉଭୟ ମୃତ ବ୍ୟକ୍ତିଙ୍କ ପରିବାରକୁ ୧୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି । ଏ ନେଇ ମାମଲା ରୁଜୁ କରି ଫେରାର ଗାଡ଼ିକୁ କିପରି ଜବତ କରାଯିବ ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ସେହି ପରି ଦୂତି ମେଣ୍ଡି ଠାରେ ମଧ୍ୟ ବାଇକ୍ ଦୁର୍ଘଟଣା ଘଟିଛି ସେଥିରେ ଦୁଇ ଜଣ ଗୁରୁତର ଅଛନ୍ତି ।ଉଭୟଙ୍କୁ ପୋଲିସ ଗାଡିରେ ନେଇ ଖଜୁରୀପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି ।ସେମାନେ ହେଲେ ଶୀତଳ ପାଣିର ସଞ୍ଜୟ ପ୍ରଧାନ ଏବଂ ଗୁଦାରି ଗ୍ରାମର ଅରକ୍ଷିତ ଭୋଇ ବୋଲି ସୂଚନା ମିଳିଛି।