ଝରିଗାଁ, ୧୧/୧ ( ଆ ପ୍ର ) - ନବରଙ୍ଗପୁର ଜିଲ୍ଲା ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଅଟୋ ଓଲଟି ପଡିବାରୁ ଦୁଇ ଜଣ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳାଙ୍କୁ ଉଦ୍ଧାର କରଯାଇ ନବରଙ୍ଗପୁର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଝରିଗାଁ ବ୍ଲକ ଚିତାବେଡ଼ା ପଞ୍ଚାୟତ ଅନ୍ତର୍ଗତ ପିପଲଗୁଡ଼ା ଗ୍ରାମର କିଛି ମହିଳା ଓ କିଛି ପୁରୁଷ ଏକ ଅଟୋ ଯୋଗେ ଚନ୍ଦାହାଣ୍ଡି ବ୍ଳକର ଭେଲୁଆକୋଟ ଗ୍ରାମରେ ରହୁଥିବା ନିଜ ସମ୍ପର୍କୀୟ ଘରକୁ ଯାଉଥିଲେ। ତେବେ ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଯିବା ବେଳେ ଭାରସାମ୍ୟ ହରାଇ ଅଟୋ ଓଲଟି ପଡିଥିଲା। ଫଳରେ ଗାଡ଼ିରେ ବସିଥିବା ସମସ୍ତେ ରାସ୍ତା ଉପରେ ଛିଟିକି ହୋଇ ପଡ଼ିଥିଲେ। ଦୁର୍ଘଟଣା ପରେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଆମ୍ବୁଲାନ୍ସକୁ ଖବର ଦେଇ ଗୁରୁତର ମାନଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ରୂପାଇ ସାନ୍ତା (୫୬) ଏବଂ ରତ୍ନା ସାନ୍ତା(୪୫)ଙ୍କୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଅଟୋ ରେ ସମୁଦାୟ ୧୫ ଜଣ ଯାତ୍ରୀ ରହିଥିବା ଅଟୋ ଚାଲାକ୍ ରାହୁଲ କୁମାର ସାହା କହିଛନ୍ତି। ନିଜେ ଅଟୋ ଚାଲାକ୍ ମଧ୍ୟ ଆହତ ହୋଇଛନ୍ତି। ୧୫ ଜଣ ମହିଳା ଓ ପୁରୁଷ ମିଶି ଭେଲୁଆ କୋଟ ପାରିବାରିକ ଭୋଜି କୁ ଯାଉଥିବା ସୂଚନା ମିଳିଛି।