ଆସ୍କା, ୩।୩ : ଗଞ୍ଜାମ ଜିଲ୍ଲା ଆସିକା ଥାନା କର୍ପୁର ନୂଆଗାଁରେ ଅଘଟଣ l ଛାତ ସେଣ୍ଟ୍ରିଙ୍ଗ ଭୁଶୁଡି ଦୁଇ ଶ୍ରମିକ ମୃତ l  ମୃତକମାନେ ହେଲେ ଭେଟନଈ ଗ୍ରାମର ନିରଞ୍ଜନ ମହାନ୍ତି ଓ  ବାଲିମାଳା ଗ୍ରାମର ଖାଦାଳ ସେଠୀ l 

କର୍ପୁର ନୂଆଗାଁରେ ଗୋଟିଏ ନିର୍ମାଣାଧିନ ଘର ଛାତର ସେଣ୍ଟ୍ରିଙ୍ଗ  ଉଭୟ ଖୋଲୁଥିଲେ । ଏହି  ସମୟରେ ସେଣ୍ଟ୍ରିଙ୍ଗ ଭୁଶୁଡି ପଡିଥିଲା।   ଲୁହାରଡ଼, ପଟା ଓ ଅନ୍ୟାନ୍ୟ ଜିନିଷ ସେମାନଙ୍କ ଉପରେ ପଡି ଯାଇଥିଲା l ଫଳରେ ଉଭୟ ଗୁରୁତର ହୋଇଥିଲେ।  ସ୍ଥାନୀୟ ଲୋକେ ଉଭୟଙ୍କୁ ଚିକିତ୍ସା ନିମନ୍ତେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ସେମାନଙ୍କୁ  ମୃତ ଘୋଷଣା କରିଥିଲେ l