ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବାଲିଯାତ୍ରାରେ ଲୁଟ୍‌ କରି ଧରା ପଡ଼ିଥିଲେ, କ୍ୟାଣ୍ଟନମେଣ୍ଟ ଥାନାରୁ ଚମ୍ପଟ ମାରିଲେ ୨ ମହିଳା ଅଭିଯୁକ୍ତ

Published By : Harapriya Sethi | November 24, 2024 2:42 PM

କଟକ,୨୪/୧୧: ବାଲିଯାତ୍ରାରେ ମାତିଛନ୍ତି ବଞ୍ଜାରା ମହିଳା ଲୁଟେରା । ମୋବାଇଲ ଓ ଚେନ୍‌ ଲୁଟ୍‌ କରୁଥିବା ବେଳେ ୨ଜଣଙ୍କୁ ଧରିଥିଲା ପୋଲିସ । କ୍ୟାଣ୍ଟନମେଣ୍ଟ ଥାନାରେ ଉଭୟଙ୍କୁ ରଖାଯାଇଥିବା ବେଳେ ସେଠାରୁ ଉଭୟ ଚମ୍ପଟ ମାରିଥିଲେ । କଟକ ବାଲିଯାତ୍ରାରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, କଟକରେ ଚାଲିଥିଲା ଐତିହାସିକ ବାଲିଯାତ୍ରା । ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକେ ଏଠାକୁ ବୁଲିବାକୁ ଆସିଥିଲେ । ଏହାରି ଭିତରେ ଅତ୍ୟଧିକ ଜନ ଗହଳିର ଫାଇଦା ଉଠାଇ ୨ ଜଣ ବଞ୍ଜାରା ମହିଳା ଲୁଟେରା ମୋବାଇଲ୍ ଏବଂ ଟେନ୍‌ ଲୁଟ୍‌ କରିଥିଲେ । ଏହି ସମୟରେ କଟକ କ୍ୟାଣ୍ଟନମେଣ୍ଟ ପୋଲିସ ଉଭୟଙ୍କୁ କାବୁ କରିଥିଲା । ପରେ ଉଭୟଙ୍କୁ ନେଇ କ୍ୟାଣ୍ଟନମେଣ୍ଟ ଥାନାରେ ରଖିଥିଲା ପୋଲିସ । ହେଲେ ସେଠାରୁ ଉଭୟ ମହିଳା ଚମ୍ପଟ ମାରିଥିଲେ । ଏହା ଜାଣିବା ପରେ ସେମାନଙ୍କୁ ଧରିବାକୁ ଚେଷ୍ଟା ଚାଲିଛି ବୋଲି ଡିସିପି କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.