ଭୁବନେଶ୍ବର, ୩୧।୩ ରାଜଧାନୀରୁ ଲେଡି ଲୁଟେରା ଗିରଫ । ଦୁଇ ଲେଡି ଲୁଟେରାଙ୍କୁ ଗିରଫ କଲା କମିସନରେଟ ପୋଲିସ । ଏମାନଙ୍କ ନିକଟରୁ ମୋବାଇଲ , ଭ୍ୟାନିଟି ଓ ବହୁ କସମେଟିକ ସାମଗ୍ରୀ ଜବତ କରିଛି ପୋଲିସ । ଦୁଇ ଲୁଟେରା ହେଲେ କଲିକତାର ପୁରୁଲିଆ ଅଞ୍ଚଳର ଦ୍ରୌପଦୀ ସିଂ ଏବଂ ପୂଜା ସିଂ ।
ଦୁଇ ଲୁଟେରାଙ୍କ ଟାର୍ଗେଟରେ ରେଳଷ୍ଟେସନ ଓ ବସଷ୍ଟପ ରହିଥିଲା। ନିମିଷକେ ଲୁଟି ନେଉଥିଲେ ଲୋକଙ୍କ ଭ୍ୟାନିଟି ଓ ମୋବାଇଲ । ଏପରିକି ଇଫତାର ପାର୍ଟିରେ ଗହଳିର ସୁଯୋଗ ନେଇଥିଲେ ଦୁଇ ଲୁଟେରା । କ୍ୟାପିଟାଲ ଥାନା ଅଧିନ ଏକ ଅଞ୍ଚଳରେ ରବିବାର ଚାଲିଥିଲା ଇଫତାର ପାର୍ଟି । ଇଫତାର ପାର୍ଟିରେ ଗହଳିର ସୁଯୋଗ ନେଇଥିଲେ ଦୁଇ ଲୁଟେରା ।ସେଠାରୁ ମଧ୍ୟ ଲୁଟ କରିଥିଲେ। ପଚରା ଉଚୁରା ସମୟରେ ଏହି ସବୁ ଧରାପଡିଥିବା ସାମଗ୍ରୀ ରବିବାର ରାଜଧାନୀରେ ଚାଲିଥିବା ଇଫତାର ପାର୍ଟିରୁ ଲୁଟ କରିଥିବା ସେମାନେ କହିଛନ୍ତି।
କଲିକତାରୁ ଏହି ଦୁଇ ଲୁଟେରା ଟ୍ରେନରେ ସାଧାରଣ ବଗିରେ ଆସୁଥିଲେ । ଟ୍ରେନ ଓଡିଶା ପଶିବା ପରେ ଏମାନଙ୍କ ଟାର୍ଗେଟ ରହୁଥୁଲା ଗହଳି ପୁର୍ଣ୍ନ ସ୍ଥାନ । ତେଣୁ ଏହି ଲୁଟେରା ଦଳ ରାଜଧାନୀରେ କିଛି ବଡ ହାତ ମାରିଲା ପରେ ପୁଣି କଲିକତା ଫେରି ଯାଉଥିଲେ ।