ରାୟଗଡା, ୯।୩ : ବାଇକରେ ଆସିଲେ, ଦିନ ଦ୍ବିପହରରେ ଲୁଟେରମାନେ ଝାମ୍ପି ନେଲେ ୨ ଲକ୍ଷ ଟଙ୍କା। ଏପରି ଘଟଣା ରାୟଗଡା ଏଡିବି ବ୍ୟାଙ୍କ ନିକଟରେ ଘଟିଛି। କପିଳାସ ରୋଡ଼ ରେ ଥିବା ପାତ୍ର ଇଲକ୍ଟ୍ରୋନିକ ସୋରୁମ୍ ର ଆକାଉଣ୍ଟାଟ୍ ରଂଜିତ କୁମାର ଦଳାଇ ଷ୍ଟେଟ୍ ବ୍ୟାଙ୍କର ଏଡ଼ିବି ଶାଖାକୁ ଟଙ୍କା ଡିପୋଜିଟ୍ କରିବାକୁ ଯାଉଥିଲେ। ଉକ୍ତ ସମୟରେ ପଛ ପଟୁ ୨ ଜଣ ଦୁର୍ବୃତ୍ତ ଏକ ଦୁଇ ଚକିଆ ଗାଡିରେ ଆସି ଟଙ୍କା ଝାମ୍ପି ନେଇଥିଲେ। ସଂପୃକ୍ତ ଆକାଉଣ୍ଟାଣ୍ଟ ସେମାନଙ୍କ ପିଛା କରିଥିଲେ ହେଁ ଲୁଟେରା ମାନେ କେଉଁ ଆଡେ ଚମ୍ପଟ୍ ମାରିଥିଲେ।
ଏନେଇ ଟାଉନ୍ ଥାନାରେ ଅଭିଯୋଗ ହେବାପରେ ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ସିସିଟିଭି କୁ ଯାଞ୍ଚ୍ କରାଯାଉଛି।