କଟକ, ୦୨/୧୧: କ୍ରିକେଟ ବଲ୍‌ ଆଣିବାକୁ ଯାଇ କାଠଯୋଡ଼ି ନଦୀରେ ବୁଡ଼ିଗଲେ ୨ ନାବାଳକ। ନିଖୋଜ ନାବାଳକଙ୍କୁ ଖୋଜୁଛି ଅଗ୍ନିଶମ ଟିମ୍‌ । ନିଖୋଜ ନାବାଳକ ଦ୍ୱୟ ଭଗତପୁର ଅଞ୍ଚଳର ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ରବିବାର ସକାଳେ ୧୦ ରୁ ୧୫ ଜଣ ନାବାଳକ କ୍ରିକେଟ ଖେଳିବା ପାଇଁ କାଠଯୋଡ଼ିର ଖାନନଗର ବୁରୁଜ ପାଖକୁ ଆସିଥିଲେ । ସେଠାରେ କ୍ରିକେଟ ଖେଳିବା ବେଳେ ବଲ୍‌ ପାଣିରେ ପଡ଼ି ଯାଇଥିଲା । ଜଣେ ପିଲା ନଦୀ ପାଣିରେ ପଶି ବଲ୍‌ ଆଣିବା ବେଳେ ବୁଡ଼ି ଯାଇଥିଲା । ତାକୁ ଉଦ୍ଧାର କରିବା ପାଇଁ ଅନ୍ୟ ଜଣେ ପିଲା ପାଣିରେ ପଶିଥିଲା । ହେଲେ ସେ ମଧ୍ୟ ପାଣିରେ ବୁଡ଼ି ଯାଇଥିଲା । ଏହା ଦେଖି ସ୍ଥାନୀୟଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀର ଏକ ଟିମ ଆସି ଖୋଜାଖୋଜି କରୁଛି । ଏଯାଏଁ ଉଭୟଙ୍କ ପତ୍ତା ମିଳିନି ।