ବାଲେଶ୍ଵର, ୦୯/୦୮: ଜଳାଭିଶେଷକ ପାଇଁ ସୁବର୍ଣ୍ଣରେଖାରୁ ପାଣି ଉଠାଉଥିବା ବେଳେ ଅଘଟଣ । ନଦୀରେ ଭାସି ଯାଇ ୨ ନାବାଳିକା ନିଖୋଜ ଅଛନ୍ତି । ଜଳେଶ୍ୱର ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଶିଖରପୁରରେ ଏଭଳି ଘଟଣା ଘଟିଛି।
ସୂଚନା ମୁତାବକ, ଜଳାଭିଷେକ କରିବା ପାଇଁ ଶିଖରପୁର ପଞ୍ଚାୟତ ଅନ୍ତର୍ଗତ ଚକହରିପୁର ଗାଁର କିଛି କାଉଡ଼ିଆ ଆସିଥିଲେ। ଶିଖରପୁର ଘାଟରେ ସୁବର୍ଣ୍ଣରେଖାରୁ ପାଣି ଉଠାଇବା ବେଳେ ଅସାବଧାନତା ଯୋଗୁଁ ଗୋଡ଼ ଖସି ଯିବାରୁ ଚକହରି ଗ୍ରାମର କାହ୍ନୁ ଦାସଙ୍କ ଦୁଇ ନାବାଳିକା ଝିଅ ନନ୍ଦିତା ଓ ନନ୍ଦିନୀଙ୍କ ସହ ଅନ୍ୟ ୨ଜଣ ଭାସି ଯାଇଥିଲେ। ପରେ ଅନ୍ୟ ୨ଜଣ କୂଳକୁ ପଳାଇ ଆସିଥିବାବେଳେ ନନ୍ଦିତା ଓ ନନ୍ଦିନ୍ଦୀ ନିଖୋଜ ହୋଇ ଯାଇଥିଲେ । ଏସମ୍ପର୍କରେ ଖବର ପାଇ ଜଳେଶ୍ୱର ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପତ୍ତା ମିଳିନି।