ମାଲକାନଗିରି, ୧୮/୯ (ଆପ୍ର ).   ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲାର ଦକ୍ଷିଣ-ପଶ୍ଚିମ ଅଞ୍ଚଳର ମାନକେଲି ଜଙ୍ଗଲରେ ସିଆରପିଏଫ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି ଏନକାଉଣ୍ଟରରେ ୭ ଲକ୍ଷ  ଟଙ୍କାର ପୁରସ୍କାର ଘୋଷିତ  ଦୁଇ ମାଓବାଦୀ ନିହତ ହୋଇଛନ୍ତି।

ବିଜାପୁର ପୋଲିସ ଅଧୀକ୍ଷକ ଡକ୍ଟର ଜିତେନ୍ଦ୍ର କୁମାର ଯାଦବ କହିଛନ୍ତି ଯେ ନିର୍ଭରଯୋଗ୍ୟ ସୂଚନା ଆଧାରରେ ଡିଆରରଜି, ଏସଟିଏଫ, ସିଆରପିଏଫ,କୋବ୍ରା ବାହିନୀ ର ଯବାନଙ୍କ ଏକ ମିଳିତ ସର୍ଚ୍ଚ ଅପରେସନସଫଳ ହୋଇଛିବୁଧବାର ସନ୍ଧ୍ୟାରେ ବିଜାପୁର ଥାନା ଅଞ୍ଚଳର ମାନକେଲି ଜଙ୍ଗଲରେ ଏନକାଉଣ୍ଟର କରାଯାଇଥିଲା। ଏହା ପରେ ଘଟଣାସ୍ଥଳର ପୁଙ୍ଖାନୁପୁଙ୍ଖ ତଲାସୀ ସମୟରେ ଦୁଇ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେମାନଙ୍କଠାରୁ ଏକ ୩୦୩ ରାଇଫଲ୍, ଗୋଟିଏ ବିଜିଏଲ ଲଞ୍ଚର୍, ତିନୋଟି ବିଜିଏଲ ସେଲ୍, ଚାରୋଟି ଜୀବନ୍ତ ରାଉଣ୍ଡ, ବ୍ୟାଟେରୀ କାର୍ଡେକ୍ସ ତାର, ଔଷଧ ଏବଂ ଅନ୍ୟାନ୍ୟ ନକ୍ସଲ ସାମଗ୍ରୀ ଜବତ କରାଯାଇଥିଲା।

ପୋଲିସ କହିଛି ଯେ ଏନକାଉଣ୍ଟରରେ ନିହତ ମାଓବାଦୀ ମାନେ ଏହି ଛତିଶଗଡ଼ ରାଜ୍ୟ ଓ ସୀମାନ୍ତ ଵର୍ତ୍ତି ଅଞ୍ଚଳରେ ସମ୍ପ୍ରତି ଘଟିଥିବା ଅନେକ ହତ୍ୟାକାଣ୍ଡରେ ଜଡିତ ଥିଲେ। ଗତ ୧୭ ଜୁନ୍ ୨୦୨୫ରେ ପେଡାକୋର୍ମା ଗାଁରେ ଜଣେ ଛାତ୍ର ସମେତ ତିନି ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଥିଲେ। ଅଗଷ୍ଟ ୨୯ରେ ମାନକେଲି ଗାଁରେ ଜଣେ ଗ୍ରାମବାସୀଙ୍କୁ ହତ୍ୟା କରାଯାଇଥିଲା।ସେମାନେ ଅଗଷ୍ଟ ୩୦ ତାରିଖରେ ଗଙ୍ଗାଲୁର ଥାନା ଅନ୍ତର୍ଗତ ଟୋଡାକା ଗ୍ରାମର କଲ୍ଲୁ ତାତିଙ୍କ ହତ୍ୟାରେ ସାମିଲ ଥିଲେ। ନିହତ  ମାଓବାଦୀ ଙ୍କ ପରିଚୟ ମିଳିଛି ସେମାନେ ହେଲେ ବିଜାପୁର ଜିଲ୍ଲା ବିଜାପୁର ଥାନା ପେଡାକୋର୍ମା ନିବାସୀ ରଘୁ ହାପକା( ୩୩) ସେ  ଗଙ୍ଗାଲୁର କ୍ଷେତ୍ର  ଏସିଏମ ଭାବେ କାମ କରୁଥିଲେ ତାଙ୍କ ମୁଣ୍ଡ ପରେ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରା ଯାଇଥିଲା ଅନ୍ୟ ଜଣେ ହେଲେ ସୁକୁ ହେମଲା (୩୩), ବିଜାପୁର ଥାନା ବୋଡଲା ପୁସନାର ନିବାସୀ।  ମିଲିସିଆ ପ୍ଲାଟୁନର ଡେପୁଟି କମାଣ୍ଡର। ତାଙ୍କ  ମୁଣ୍ଡଉପରେ ୨ ଲକ୍ଷ ଟଙ୍କାର ପୁରସ୍କାର ଥିଲା।