ଆସିକା, ୯।୩ - ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ତାଳପାଟଣା ଠାରେ ନିର୍ମାଣ ହୋଇଥିବା ନୂତନ ଆଇସକ୍ରିମ ଫ୍ୟାକ୍ଟ୍ରିର ଗ୍ୟାସ ଟ୍ୟାଙ୍କି ଫାଟି ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି l ଦୁଇ ଗୁରୁତର ହେଲେ ରମେଶ ଚନ୍ଦ୍ର ମହାପାତ୍ର ଓ ବିଦେଶୀ ପ୍ରଧାନ । ଦୁଇ ଆହତ ହେଲେ ହେମନ୍ତ ମହାପାତ୍ର ଓ ସାଇବାଣୀ ମହାପାତ୍ର l
ସୂଚନା ଅନୁସାରେ ଧରାକୋଟ ତାଳପାଟଣା ଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ଏକ ଆଇସକ୍ରିମ ଫ୍ୟାକ୍ଟ୍ରିରେ ଗ୍ୟାସ୍ ଭରିବା ସମୟରେ ଗ୍ୟାସର ପରିମାଣ ଅଧିକ ହୋଇଯିବାରୁ ଗ୍ୟାସଟ୍ୟାଙ୍କିଟି ଫାଟିଯାଇଥିଲା ଘଟଣାରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ l ଗୁରୁତର ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିଲା ପରେ ସ୍ବାସ୍ଥ୍ୟଵସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଘଟଣା ସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି l