କଟକ,୧୨/୦୮:କଟକ କାଠଯୋଡିରେ ଗାଧୋଇବା ହେଲା କାଳ । ଗାଧୋଇବା ବେଳେ ବୁଡ଼ିଗଲେ ୨ ଛାତ୍ର । ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ମୃତ ଦୁଇ ଛାତ୍ର ନିକଟ କାଯିବଜାରର ଶୁଭମ ଦାସ ଓ ମହିଦାସ ବଜ଼ାରର ଲିଟୁ ଦାସ ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ଉଭୟ ଗାଧେଇବାକୁ କାଠଯୋଡ଼ିକୁ ଆଜି ଦିନ ୧ଟା ବେଳେ ଯାଇଥିଲେ। ହେଲେ ଅସାବଧାନତା ଯୋଗୁଁ ତାଙ୍କ ମଧ୍ୟରୁ ଜଣେ ହଠାତ ପାଣିରେ ବୁଡ଼ିଯାଇଥିଲା। ଅନ୍ୟଜଣେ ମଧ୍ୟ ତାକୁ ଉଦ୍ଧାର କରିବାକୁ ଯାଇ ବେଳେ ବୁଡି ଯାଇଥିଲା। ଏନେଇ ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି ପରେ ଉଭୟଙ୍କ ମୃତଦେହ ଉଦ୍ଧାର କରିଛି। ପରେ ପରିବାର ଲୋକ ଓ ପୁଲିସକୁ ମୃତଦେହ ହସ୍ତାନ୍ତର କରାଯାଇଛି। ତେବେ ପୁଲିସ ଦୁଇ ମୃତଦେହକୁ ଏସସିବିକୁ ପଠାଇଛି। ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।