ଚିକିଟି ,୨୨।୧ ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଅନ୍ତର୍ଗତ ନୂଆପଡା ବାହୁଦା ନଦୀ ପୁରୁଣା ବ୍ରିଜ ପାଣିରେ ବୁଡି ଦୁଇ ନାବାଳକ ଛାତ୍ରଙ୍କ ମୃତ୍ୟୁ ହୋଇଛି l ମୃତ ୨ ଛାତ୍ର ହେଲେ ବମକେଇର ବିଶ୍ୱାସ ପ୍ରଧାନ ଓ ଚାନ୍ଦପୁରର ଶାଶ୍ୱତ ପାତ୍ର l ସେମାନେ ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ l
ବିଶ୍ୱାସ ପ୍ରଧାନ ଓ ଚାନ୍ଦପୁରର ଶାଶ୍ୱତ ପାତ୍ର ବିଦ୍ୟାଳୟରୁ ଫେରୁଥିଲେ। ବ।ହୁଦା ନଦୀ ପୁରୁଣା ବ୍ରିଜ ନିକଟକୁ ଶୌଚ ହେବାକୁ ଯାଇଥିଲେ।ଶୌଚ ହୋଇ ଗାଧେlଉଥିବା ବେଳେ ଗଭୀର ଜଳ ଭିତର କୁ ପଶିଯାଇଥିଲେ l ଏହା ଦେଖି ସେଠାରେ ଥିବା ଆଉ ତିନିଜଣ ପିଲାମାନେ ପାଟିକରିଥିଲେ l ଫଳରେ ଲୋକମାନେ ଜମା ହୋଇ ନଦୀ ଭିତରେ ପଶି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ l ଖବର ପାଇ ଦମକଳ ବାହିନୀ ଓ ଲୋକ ମାନେ ଜଳ ଭିତରେ ପଶି ଖୋଜା ଖୋଜି କରି ଦୁଇଜଣଙ୍କୁ ଉଦ୍ଧାର କରିଥିଲେ l ତୁରନ୍ତ ସେମାନଙ୍କୁ ନୂଆପଡା ମେଡିକାଲକୁ ନିଆଯାଇଥିଲା l ସେଠାରେ ପ୍ରାଥମିକ ଚିକିତ୍ସା କରି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ଅଧିକ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ l ଡାକ୍ତର ୨ ଛାତ୍ରଙ୍କ ମୃତ ଘୋଷଣା କରିଥିଲେ l
ଆହୁରି ପଢନ୍ତୁ : ପ୍ରମେୟ ଡିଜିଟାଲର ସ୍ୱତନ୍ତ୍ର ଲାଇଭ୍ ସୋ ‘ମେଡିକାଲ ଆଷ୍ଟ୍ରୋ’: ଫୋନ୍ କରି ବାସ୍ତୁ ଓ ଆପଣଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଜାଣନ୍ତୁ