ପ୍ରମୂଖ ଖବର
  • ବାଲିପାଟଣା : ମାଆକୁ କୁଟୁରୀରେ ହାଣି ହତ୍ୟା କଲା ପୁଅ
  • ||
  • ପୁରୀ : ହୋଟେଲ ରୁମ ଭିତରୁ ୨ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଆସନ୍ତା ୩୧ ରେ ହେବନି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା
  • ||
  • ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ଦୀଘା ସମୁଦ୍ରରେ ଭାସିଗଲେ ଦୁଇ ପର୍ଯ୍ୟଟକ, ଜଣେ ଉଦ୍ଧାର
  • ||
  • ଭୁବନେଶ୍ବର: ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ଅପ୍‌ଡେଟ୍, ଭୁବନେଶ୍ୱରରେ ନୂଆ ଢ଼ାଞ୍ଚାରେ ହେବ ମେ​‌ଟ୍ରୋ କରିଡ଼ର
  • ||
  • ଇଟାଲୀର ଲାମ୍ପେଡୁସା ଦ୍ୱୀପରେ ବୁଡ଼ିଲା ପ୍ରବାସୀ ଡଙ୍ଗା; ୨୬ ମୃତ, ୧୨ ନିଖୋଜ
  • ||
  • ଗଞ୍ଜାମ : ବିଷାକ୍ତ ସାପ କାମୁଡାରେ ମାଇଁ ଓ ଭାଣିଜୀ ମୃତ
  • ||
  • କଟକ : କେନାଲ ପାଣିରେ ଭାସିଯାଇ ନିଖୋଜ ହୋଇଥିଲେ ଛାତ୍ରୀ, ଉଦ୍ଧାର ହେଲା ମୃତଦେହ
  • ||
  • ଭିସୁଟ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍, ପ୍ରଥମ ବର୍ଷ ଛାତ୍ରୀ ପିନ୍ଧିବେ ସାଲଓ୍ୱାର- କୁର୍ତ୍ତା, ପ୍ୟାଣ୍ଟ, ସାର୍ଟ ପିନ୍ଧିବେ ଛାତ୍ର
  • ||
  • କଂଗ୍ରେସର "ଭୋଟ୍‌ ଚୋର, ଗାଦି ଛାଡ଼' ଶୋଭାଯାତ୍ରା, ସନ୍ଧ୍ୟାରେ ଆୟୋଜିତ ହେବ ମଶାଲ ରାଲି
  • ||
  • କେନ୍ଦୁଝର : ଶୋଇଥିବା ବେଳେ ଦଂଶିଲା ସାପ, ଚାଲିଗଲା ମାଆ ପୁଅଙ୍କ ଜୀବନ
  • ||
  • ବଲାଙ୍ଗୀର : ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି, ଧରାପଡ଼ିବାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼
  • ||
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

ନାବାଳିକା ଅପହରଣ ଓ ବଳାତ୍କାର ମାମଲା : ଅଭିଯୁକ୍ତକୁ ୨୦ ବର୍ଷ ଜେଲ

Published By : Suraj Kumar | August 14, 2025 9:53 PM

ଫୁଲବାଣୀ,୧୪।୮: ଏକ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ପୋକସୋ ଅଦାଲତ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ ସହିତ ୫୫ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦେୟ ଅଧିକା ୯ ମାସ ଜେଲ ଭୋଗିବା ପାଇଁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଭିଯୁକ୍ତ ଜଣକ ହେଲେ ଟିକାବାଲି ଥାନା ଉପରଖୋଲ ଅଂଚଳର ରଂଜନ ଦେହୁରୀ(୨୬) ।

ଗତ ୭।୨।୨୦୨୪ ତାରିଖରେ ଖଜୁରିପଡ଼ା ଥାନା ଅଂଚଳର ଜନୈକା ନାବାଳିକା ସକାଳେ   ଘରୁ ବାହାରି ଆଉ ଫେରି ନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରି ମଧ୍ୟ ତାଙ୍କର ସନ୍ଧାନ ପାଇନଥିଲେ । ୧୦ ତାରିଖ ଦିନ ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଖଜୁରିପଡ଼ା ଥାନାରେ  ଏତଲା ଦିଆଯାଇଥିଲା । ପୁଲିସ୍  ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିବା ପରେ ସେହିଦିନ ହିଁ ନାବାଳିକାଙ୍କୁ ଟିକାବାଲି ଥାନା ଅଂଚଳରୁ ଉଦ୍ଧାର କରିଥିଲା । ପରଦିନ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । 

ଗୁରୁବାର ଏହି ମାମଲାର ଶୁଣାଣୀ କରି   ପୋକସୋ କୋର୍ଟ ବିଚାରପତି ମନୋରଂଜନ ଦାସ ୧୫ ଜଣ ସାକ୍ଷୀଙ୍କ ବୟାନ, ଡ଼ାକ୍ତରୀ ରିପୋର୍ଟ ଓ ପିଡ଼ିତାଙ୍କ ବୟାନକୁ ଆଧାରରେ  ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। ପିଡ଼ିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୁରଣ ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପି.ପି ଅସିମ କୁମାର ପ୍ରହରାଜ ମାମଲା ପରିଚାଳନା କରୁଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.