ଆଠଗଡ଼, ୦୬/୦୮ : ୨୦୦୯ରେ କେନ୍ଦ୍ରାପଡ଼ାରେ ଘଟିଥିବା ଏକ ହତ୍ୟା ମାମଲାରେ ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ସୁଲେମାନର ଜଣେ ସହଯୋଗୀ ଶ୍ରୀନିବାସ ଦାସକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଦୀର୍ଘ ୧୬ ବର୍ଷ ହେଲା ଶ୍ରୀନିବାସ ଫେରାର୍ ଥିଲା। ସେ ଆଠଗଡ଼ ଥାନା ଅନ୍ତର୍ଗତ ବଡ଼ଭୂଇଁ  ଗ୍ରାମର ବାସୀନ୍ଦା ବୋଲି ଜଣାପଡ଼ିଛି।

ସୂଚନାନୁଯାୟୀ, ୨୦୦୯ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାରେ  ଘଟିଥିବା ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ  ଶ୍ରୀନିବାସ ଫେରାର ଥିଲା । କେନ୍ଦ୍ରାପଡ଼ା  ଜିଲ୍ଲା ପୁଲିସ ପକ୍ଷରୁ ଆଠଗଡ଼ ଥାନାକୁ  ଅବଗତ କରାଯାଇଥିଲା । ଆଠଗଡ଼ ପୁଲିସ ଢେଙ୍କାନାଳ ପୁଲିସ ସହାୟତାରେ ଶ୍ରୀନିବାସକୁ ଢେଙ୍କାନାଳ ବାଲିମି ଥାନା ଅଞ୍ଚଳରୁ ଗିରଫ କରିଥିବା ଜଣାପଡିଛି । ଶ୍ରୀନିବାସ ବିରୋଧରେ ଆଠଗଡ଼ ଥାନାରେ ଏକାଧିକ ମାମଲା ରହିଛି।