ଭୁବନେଶ୍ଵର, ୨୯/୧୧ : ରାଜ୍ୟରେ ୨୦, ୧୫୦ ଅଙ୍ଗନଓ୍ବାଡି କେନ୍ଦ୍ରର ନାହିଁ ନିଜସ୍ଵ ଗୃହ। ଭଡ଼ା ଘରେ ଚାଲିଛି ଅଧିକାଂଶ ଅଙ୍ଗନୱାଡି କେନ୍ଦ୍ର। ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରଶ୍ନୋତ୍ତର। ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉତ୍ତର। 

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ରାଜ୍ୟରେ ୨୦ ହଜାର ୧୫୦ ଅଙ୍ଗନଓ୍ବାଡି କେନ୍ଦ୍ରର ନାହିଁ ନିଜସ୍ଵ ଗୃହ । ସେଥିରୁ ୭ ହଜାର ୩୮୯ ଅଙ୍ଗନଓ୍ବାଡି କେନ୍ଦ୍ରର ଗୃହ ନିର୍ମାଣାଧୀନ ଅଛି । ରାଜ୍ୟରେ ମୋଟ୍ ଅଙ୍ଗନଓ୍ବାଡି ସଂଖ୍ୟା ୭୪ ହଜାର ୨୨୪ । ସେଥି ମଧ୍ୟରୁ ୫୪ ହଜାର ୭୪ଟି ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ଵ ଗୃହ ଅଛି । ୪ ହଜାର ୫୭୪ ଅଙ୍ଗନଓ୍ବାଡି କେନ୍ଦ୍ର ସ୍କୁଲ ଘରେ ଚାଲୁଛି । ୧୦ ହଜାର ୪୬୯ ଅଙ୍ଗନଓ୍ବାଡି କେନ୍ଦ୍ର କମ୍ୟୁନିଟି ସେଣ୍ଟରରେ ଚାଲୁଛି । ୩ ହାଜର ୮୯୦ ଅଙ୍ଗନଓ୍ବାଡି କେନ୍ଦ୍ର ଭଡ଼ା ଘରେ ଚାଲୁଛି । ଖୁବଶୀଘ୍ର ସବୁ ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ଵ ଘର ରହିବ । ଯେଉଁଠି ସମସ୍ୟା ହେବ ସେହି ସ୍ଥାନରେ ଜାଗା କିଣି ଘର କରାଯିବ ।