ଭୁବନେଶ୍ବର, ୧୫।୨  : ୨୦୨୪-୨୫ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ବିଧାନସଭାରେ ଆଗତ ହୋଇଛି। ଓଡ଼ିଶାର ଅଭିବୃଦ୍ଧି ୭.୨ ପ୍ରତିଶତ ରହିବା ଆକଳନ କରାଯାଇଛି। ସେହି ସମୟ ମଧ୍ୟରେ ସର୍ବଭାରତୀୟ ସ୍ତରରେ ଅଭିବୃଦ୍ଧି ହାର ୬.୪% ରହିବା ନେଇ ଆକଳନ କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶା ଅର୍ଥନୀତିର ଆକାର ୧୦ ପ୍ରତିଶତ ବଢି  ୯.୫ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସେହିପରି ବାର୍ଷିକ ମୁଣ୍ଡ ପିଛା ଆୟ ୧୦.୬% ବଢ଼ି ୧.୮୩ ଲକ୍ଷରେ ପହଞ୍ଚିଛି ।  ଅନ୍ୟ ରାଜ୍ୟ ତୁଳନାରେ ମୁଣ୍ଡ ପିଛା ଆୟ ହିସାବରେ ଏକାଦଶ ସ୍ଥାନରେ ଓଡ଼ିଶା ରହିଛି।

 କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଯୋଗଦାନ ପ୍ରାୟ ୧୯ ପ୍ରତିଶତ ରହିବ। କୃଷି ଓ ଆନୁସଙ୍ଗିକ ଅଭିବୃଦ୍ଧି ହାର ୩.୩ ପ୍ରତିଶତ ରହିବ ଯାହାକି  ସର୍ବଭାରତୀୟ ସହ ପ୍ରାୟ ସମାନ । ସେହିପରି ଶିଳ୍ପକ୍ଷେତ୍ରରେ ଯୋଗଦାନ ୪୪% ରହିବ।  ଅଭିବୃଦ୍ଧି ହାର ୬.୧%  ରହିଛି। ସେବା କ୍ଷେତ୍ରରେ ଯୋଗଦାନ ୩୭% ହେବ।  ଅଭିବୃଦ୍ଧି ୧୦% ଆକଳନ  କରାଯାଇଛି।