ଭୁବନେଶ୍ବର, ୦୭/୧୦: ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା । ୨୦୨୫ ଫିଜିକ୍ସରେ ନୋବେଲ ପୁରସ୍କାର ପାଇଁ ୩ଜଣ ମନୋନିତ । ପଦାର୍ଥ ବିଜ୍ଞାନରେ ଉଲ୍ଲେଖନୀୟ ଅବଦାନ ପାଇଁ ୩ ଆମେରିକୀୟ ବୈଜ୍ଞାନିକଙ୍କୁ ମିଳିବ ଏହି ସର୍ବୋଚ୍ଚ ସମ୍ମାନ । ଜନ୍ କ୍ଲାର୍କ, ମାଇକେଲ୍ ଏଚ୍. ଡେଭୋରେଟ୍ ଏବଂ ଜନ୍ ଏମ୍. ମାର୍ଟିନି୍ସ ପାଇବେ ଚଳିତ ବର୍ଷର ନୋବେଲ ପୁରସ୍କାର । ବିଜୁଳି ସର୍କିଟରେ ବଡ଼ ପରିମାଣରେ କ୍ୱାଣ୍ଟମ ଟନର୍ଲିଂ ଓ ଉର୍ଜା ସ୍ତରର ସନ୍ଧାନ ପାଇଁ ଏହି ପୁରସ୍କାର ମିଳିବ ।
ଦୈନନ୍ଦିନ ଜୀବନରେ ଆମେ ଦେଖିଥାଉ ଯେ କାନ୍ଥରେ ବଲ୍ବ ବାଜିବା ପରେ ଫେରି ଆସିଥାଏ । କିନ୍ତୁ କ୍ୱାଣ୍ଟମ୍ ଦୁନିଆରେ, କ୍ଷୁଦ୍ର କଣିକାଗୁଡ଼ିକ କେତେକ ସମୟରେ କାନ୍ଥ ପାର କରି ଅନ୍ୟ ପାର୍ଶ୍ୱରେ ପହଞ୍ଚିପାରନ୍ତି । ଏହାକୁ କ୍ୱାଣ୍ଟମ୍ ଟନେଲିଂ କୁହାଯାଏ । ବର୍ତ୍ତମାନ ବୈଜ୍ଞାନିକମାନେ ଏହି ଟନର୍ଲିଂକୁ ବୈଦ୍ୟୁତିକ ସର୍କିଟ ପରି ବଡ଼ ସିଷ୍ଟମରେ ଦେଖିଛନ୍ତି, ଯାହା ପୂର୍ବରୁ ଅସମ୍ଭବ ମନେ କରାଯାଉଥିଲା । ଏହା ବ୍ୟତୀତ ଉର୍ଜାର ନିଶ୍ଚିତ ସ୍ତରକୁ (କ୍ୱିଣ୍ଟିଫିକେସନ୍ସ) ଦେଖିଛନ୍ତି, ଯାହା ଏହି ଆବିଷ୍କାରକୁ ଆହୁରି ଉଲ୍ଲେଖନୀୟ କରିଛି ।
ନୋବେଲ୍ ପ୍ରାଇଜ୍-୨୦୨୫ ଘୋଷଣା । ସୋମବାର ମେଡିସିନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଥିଲା । ଦୁଇ ଜଣ ଆମେରିକୀୟ ଏବଂ ଜଣେ ଜାପାନୀ ବୈଜ୍ଞାନିକଙ୍କୁ ଚିକିତ୍ସା ପାଇଁ ନୋବେଲ ପ୍ରାଇଜ୍ ମିଳିବ । ଏନେଇ ନୋବେଲ କମିଟି ତିନି ଜଣଙ୍କ ନାଁ ଘୋଷଣା କରିଛି । ସେମାନେ ହେଲେ ଦୁଇ ଆମେରିକୀୟ ମ୍ୟାରି-ଇ-ବ୍ରୁଙ୍କୋ, ପ୍ରେଡ୍ ରାମ୍ସଡେଲ ଏବଂ ଜାପାନୀ ବୈଜ୍ଞାନିକ ସିମୋନ ସକାଗୁଚୀ । ପାର୍ଶ୍ୱ ପ୍ରତିରକ୍ଷା ସହନଶୀଳତା ଉପରେ ବୈଜ୍ଞାନିକଙ୍କ କ୍ରାନ୍ତିକାରୀ ଗବେଷଣା ପାଇଁ ଏହି ପୁରସ୍କାର ପାଇଛନ୍ତି । ସରଳ ଭାଷାରେ ବୁଝିଲେ, ପାର୍ଶ୍ବ ପ୍ରତିରକ୍ଷା ସହନଶୀଳତା ହେଉଛି ଏକ ପ୍ରକ୍ରିୟା, ଯାହା ଆମର ପ୍ରତିରକ୍ଷା ପ୍ରଣାଳୀ ଶରୀରର ନିଜସ୍ବ ଟିସୁଗୁଡ଼ିକୁ ଆକ୍ରମଣ କରେ ନାହିଁ ବରଂ ସେମାନଙ୍କୁ ସ୍ବୟଂ ଭାବରେ ଚିହ୍ନିତ କରେ । ଏହି ଆବିଷ୍କାରକୁ ଆଟୋଇମ୍ମ୍ୟୁନ୍ ରୋଗଗୁଡ଼ିକୁ ବୁଝିବା ଏବଂ ଚିକିତ୍ସା କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଭାବରେ ବିବେଚନା କରାଯାଏ ।