ଭୁବନେଶ୍ବର, ୨୮/୧୨: ସଂଖ୍ୟା ବା ଅଙ୍କ ଜ୍ୟୋତିଷର ଗଣନା ଏବଂ ଆକଳନ ଅନୁସାରେ ବର୍ଷ ୨୦୨୬ ହେବାକୁ ଯାଉଛି ସୂର୍ଯ୍ୟଙ୍କ ବର୍ଷ । ବର୍ଷ ୨୦୨୬ ପ୍ରତିଟି ସଂଖ୍ୟା ବା ଅଙ୍କକୁ ଯୋଗ କଲେ ହେଉଛି ୧୦ । ପୁଣି ୧ ଏବଂ ୦ କୁ ଯୋଗ କଲେ ବର୍ଷ ୨୦୨୬ର ମୂଳାଙ୍କ ହେବ ୧ । ସଂଖ୍ୟା ୧ର ଗ୍ରହସ୍ୱାମୀ ହେଉଛନ୍ତି ସୂର୍ଯ୍ୟ ଦେବତା । ତେଣୁ ଆଗାମୀ ବର୍ଷ ସମସ୍ତ ମୂଳାଙ୍କ ଉପରେ ସୂର୍ଯ୍ୟଙ୍କ ପ୍ରଭାବ ଦେଖିବାକୁ ମିଳିବ । ସୂର୍ଯ୍ୟଙ୍କୁ ସମ୍ମାନ, ପ୍ରତିଷ୍ଠା, ଆତ୍ମବିଶ୍ୱାସ, ଉର୍ଜା, ଶକ୍ତି, ନେତୃତ୍ୱ ଆଦିର କାରକ ବୋଲି ବିଶ୍ୱାସ କରାଯାଏ । ତେଣୁ ୨୦୨୬ରେ ବେଶ୍ କିଛି ଜନ୍ମ ତାରିଖ ସୂର୍ଯ୍ୟ ତେଜରେ ପ୍ରଭାବଶାଳୀ ହେବାର ଆଶା କରାଯାଉଛି । ଆସନ୍ତୁ ଜାଣିବା ଜନ୍ମ ତାରିଖରୁ କିପରି କଟିବ ବର୍ଷ ୨୦୨୬ ବର୍ଷ ।
ମୂଳାଙ୍କ-୪
ଆହ୍ବାନର ସମ୍ମୁଖୀନ ହେବେ:
ଅଙ୍କ ଜ୍ୟୋତିଷ ଅନୁସାରେ ୪, ୧୩, ୨୨ ଏବଂ ୩୧ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମୂଳାଙ୍କ ୪ । ଏହି ବର୍ଷ ମୂଳାଙ୍କ ୪ର ଲୋକମାନଙ୍କ ପାଇଁ ଆହ୍ୱାନପୂର୍ଣ୍ଣ ରହିବ । ରୋଜଗାର କ୍ଷେତ୍ରରେ ଅନେକ ଅପ୍ରତ୍ୟାଶିତ ପରିବର୍ତ୍ତନ ଦେଖିବାକୁ ମିଳିବ ଏବଂ ଆପଣଙ୍କ ସ୍ଥାନ ପରିବର୍ତ୍ତନ ମଧ୍ୟ ହୋଇପାରେ । ଯଦିଓ ରିଅଲ୍ ଇଷ୍ଟେଟ୍ ସହ ଜଡ଼ିତ ଲୋକମାନଙ୍କୁ ଲାଭ ପାଇବାର ଅନେକ ମଉକା ମିଳିବ । ବର୍ଷ ୨୦୨୬ରେ ଏହି ମୂଳାଙ୍କର ଲୋକମାନଙ୍କୁ ନିଜ ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ହେବ । ଅନ୍ୟଥା ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ସାବଧାନତା ଅବଲମ୍ବନ କରି କୌଣସି ନିବେଶ କରନ୍ତୁ । ପ୍ରେମ ଓ ବୈବାହିକ ଜୀବନରେ ଅଳ୍ପ କିଛି ପରିବର୍ତ୍ତନ ଆସିପାରେ । ଦମ୍ପତିଙ୍କ ମଧ୍ୟରେ ମନୋମାଳିନ୍ୟ ଘଟି ସଂପର୍କକୁ ପ୍ରଭାବିତ କରିବାର ଭୟ ରହିଛି । ତେବେ ସାମାଜିକ ସ୍ତରରେ ଆପଣଙ୍କ ମାନମର୍ଯ୍ୟାଦା ବୃଦ୍ଧି ପାଇବ ।
ମୂଳାଙ୍କ-୫
କ୍ୟାରିୟରରେ ମିଳିବ ଗ୍ରୋଥ୍
ଅଙ୍କ ଜ୍ୟୋତିଷ ଅନୁସାରେ ୫, ୧୪ ଏବଂ ୨୩ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମୂଳାଙ୍କ ୫ । ନ୍ୟୁମେରୋଲୋଜିଷ୍ଟଙ୍କ ଅନୁସାରେ ମୂଳାଙ୍କ ୫ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ବର୍ଷ ୨୦୨୬ ଲାଭଦାୟକ ହେବାର ଆଶା ଉଜ୍ଜ୍ୱଳ । ଚାକିରିରେ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ଚଳିତ ବର୍ଷ ଅନେକ ଭଲ ଅବସର ମିଳିବ । କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । ଏହା ବ୍ୟତୀତ ମାନମର୍ଯ୍ୟାଦା ବୃଦ୍ଧି ପାଇବା ସହିତ ହଜିଯାଇଥିବା ଆତ୍ମବିଶ୍ୱାସ ଫେରିପାଇବାର ଆଶା ଉଜ୍ଜ୍ୱଳ । ମିଡିଆ ଏବଂ ଡିଜିଟାଲ୍ ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କୁ ବିଶେଷ ଭାବେ ଲାଭ ମିଳିବାର ସମ୍ଭାବନା ରହିଛି । ପ୍ରେମ ଜୀବନରେ ରୋମାନ୍ସ ବଜାୟ ରହିବ । ପରସ୍ପର ସହିତ ତାଳମେଳ ବଜାୟ ରଖିପାରିଲେ ଦାମ୍ପତ୍ୟ ଜୀବନରେ ସୁଖଦ ଅନୁଭବ ପ୍ରାପ୍ତ ହେବ । ସମାଜରେ ଆପଣଙ୍କ ସମ୍ମାନ ବୃଦ୍ଧି ପାଇବ ।
ମୂଳାଙ୍କ-୬
ପ୍ରତିଷ୍ଠା ବୃଦ୍ଧି ପାଇବ:
ଅଙ୍କ ଜ୍ୟୋତିଷ ଅନୁସାରେ ୬, ୧୫, ଏବଂ ୨୪ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମୂଳାଙ୍କ ୬ । ବର୍ଷ ୨୦୨୬ ଏହି ତାରିଖରେ ଜନ୍ମିତ ବ୍ୟକ୍ତିବିଶେଷଙ୍କ ପାଇଁ ମିଶ୍ରିତ ଫଳଦାୟକ ହେବ । କ୍ୟାରିଅର୍ରେ ଉନ୍ନତିର ଅବସର ମିଳିବ । ଫ୍ୟାଶନ ଏବଂ ଡିଜାଇନ୍ କ୍ଷେତ୍ରରେ ଜଡ଼ିତ ଲୋକମାନଙ୍କୁ ଲାଭର ମଉକା ମିଳିବ । ବ୍ୟବସାୟ କ୍ଷେତ୍ରରେ ମଧ୍ୟ ସଫଳତା ମାର୍ଗରେ ଆଗେଇବେ ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି । ଏପରି ସ୍ଥିତିରେ ଆୟ ଏବଂ ବ୍ୟୟ ଉପରେ ଧ୍ୟାନ ଦେବାକୁ ହେବ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ଏବଂ ଆପଣଙ୍କୁ ପ୍ରଶଂସା ମଧ୍ୟ ଶୁଣିବାକୁ ମିଳିବ । ପ୍ରେମ ଜୀବନରେ ସାଥୀ ସହିତ ସଂପର୍କରେ ସୁଧାର ଆସିବ ଏବଂ ପାରସ୍ପରିକ ଜୀବନରେ ଖୁସି ବଢ଼ିବ । ବୈବାହିକ ଜୀବନରେ ବି ସୁଖଦ ଅନୁଭବର ସାକ୍ଷୀ ରହିହେ ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି । ତେବେ ସ୍ୱାସ୍ଥ୍ୟ ପ୍ରତି ସାବଧାନ ରହିବାକୁ ପଡିବ । ହଜମଜନିତ କୌଣସି ସମସ୍ୟା ଏହି ବର୍ଷ ସ୍ୱାସ୍ଥ୍ୟକୁ ବହୁ ମାତ୍ରାରେ ପ୍ରଭାବିତ କରିପାରେ ।