ନୂଆଦିଲ୍ଲୀ,୧୮/୦୪: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗ୍ଲାସଗୋରେ ଆୟୋଜିତ ହେବ । ପରବର୍ତ୍ତୀ ସଂସ୍କରଣ ଗୁଡ଼ିକ ଆୟୋଜନ ନେଇ ବିଶ୍ୱର ୪ଟି  ମହାଦେଶରୁ (ଏସିଆ, ଆଫ୍ରିକା,  ଆମେରିକା ଓ ଓସେନିଆ) ୭ଟି  ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। 

ଭାରତ, କାନାଡ଼ା  ନାଇଜେରିଆ ୨୦୩୦ କ୍ରୀଡ଼ା  ଆୟୋଜନ ନେଇ ଆଗ୍ରହୀ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଫ୍ୟୁଚର  କମିଟିକୁ ଜଣାଇଛି । ସେମିତି ୨୦୩୪ ସଂସ୍କରଣ ନ୍ୟୁଜିଲାଣ୍ଡ  ଆୟୋଜନ କରିବାକୁ ଆଗ୍ରହୀ  ରହିଛି । ୨୦୧୦ କ୍ରୀଡ଼ା ଦିଲ୍ଲୀରେ  ଆୟୋଜିତ ହୋଇଥିଲା । ପୁଣି ଦୁଇ ଦଶନ୍ଧି ପରେ ହୁଏତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରତକୁ  ଫେରିପାରେ ।  

୨୦୩୬ ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ ନେଇ ଭାରତୀୟ ଅଲିମ୍ପିକ୍ସ ସଂଘ ଏବଂ କେନ୍ଦ୍ର ସରକାର ଜୋରଦାର ଉଦ୍ୟମ ଜାରି ରଖିଛନ୍ତି ।  ଅହମ୍ମଦାବାଦରେ କ୍ରୀଡ଼ା ଆୟୋଜନ କରାଯିବା ସଂପର୍କରେ ମାଷ୍ଟରପ୍ଲାନ  ପ୍ରସ୍ତୁତ ହୋଇ ସାରିଛି ।