ଆଠଗଡ଼, ୧୧/୯ : କଟକ ଜିଲ୍ଲା ତିଗିରିଆ ବଡନାଉପୁଟ ଗାଁରୁ ୨୦୪ ଲିଟର ଦେଶୀ ମଦ ଜବତ। ମଦ ମାଫିଆଙ୍କୁ ଗୋଡ଼େଇ ଗୋଡ଼େଇ ଧରିଲା ଅବକାରୀ ବିଭାଗ। ଫିଲ୍ମ ଷ୍ଟାଇଲ୍‌ରେ ଚାଲିଲା ଛକାପଞ୍ଝା। ଅବକାରୀ ଗାଡ଼ି ଭାଙ୍ଗିଦେଲେ ମଦ ମାଫିଆ। 

ସୂଚନାନୁଯାୟୀ, ତିଗିରିଆ ଥାନା ଅଞ୍ଚଳରେ ଏକ ଦେଶୀ ମଦ ବୋଝେଇ କାର୍ ଅବକାରୀ ବିଭାଗକୁ ଚକମା ଦେଇ ଫେରାର ହେବାକୁ ବସିଥିଲା। ଅବକାରୀ ବିଭାଗର କର୍ମଚାରୀମାନେ ମଦ ମାଫିଆଙ୍କୁ ଗୋଡ଼େଇ ଗୋଡ଼େଇ ବଡନାଉପୁଟ ଗ୍ରାମରେ ଧରିଥିଲେ। ଏହି ସମୟରେ ମଦ ମାଫିଆମାନେ ଅବକାରୀ ଗାଡି ଭାଙ୍ଗି ଦେଇଥିଲେ। ମଦ ମାଫିଆ ଓ ଅବକାରୀ କର୍ମଚାରୀଙ୍କ ମଧ୍ୟରେ ବହୁ ସମୟ ଧରି ଛକାପଞ୍ଝା ଚାଲିଥିଲା। ଶେଷରେ ଅବକାରୀ ବିଭାଗ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ୨୦୪ ଲିଟର ଦେଶୀ ମଦ ଜବତ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ଆଠଗଡ଼ ଥାନା ଖୁଣ୍ଟକଟା ଗାଁର ସଞ୍ଜୟ କୁମାର ବେହେରା ବୋଲି ଜଣାପଡ଼ିଛି।