ନୂଆଦିଲ୍ଲୀ,୧୦/୫ : ବିହାରର ପୂର୍ବ ଚମ୍ପାରଣ ଜିଲ୍ଲାର ଏକ ରେଲଓ୍ବେ ଷ୍ଟେସନରୁ ୨୧ଜଣ ଶିଶୁଙ୍କୁ ଉଦ୍ଧାର ହୋଇଛନ୍ତି । ଏହାସହ ଜଣେ ସନ୍ଦିଗ୍ଧ ଚାଲାଣକାରୀକୁ ଗିରଫ କରାଯାଇଛି । ଏ ନେଇ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।
ଅଧିକାରୀ ଜଣଙ୍କ କହିଛନ୍ତି, ଆରପିଏଫ୍ ଏକ ଏନଜିଓ ସହାୟତାରେ ବାପୁଧାମ ମୋତିହାରୀ ରେଳ ଷ୍ଟେସନରୁ ପିଲାମାନଙ୍କୁ ଉଦ୍ଧାର କରିଛି । ରେଲଓ୍ବେ ପୋଲିସ (GRP)ର ଷ୍ଟେସନ ହାଉସ ଅଫିସର ସନ୍ତୋଷ କୁମାର କହିଛନ୍ତି ଯେ, ଉଦ୍ଧାର ପିଲାମାନଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି।
ସେ କହିଛନ୍ତି, ମାନବ ଚାଲାଣ ପଛରେ କ'ଣ ଉଦ୍ଦେଶ୍ୟ ରହିଛି ତାହା ଜାଣିବା ପାଇଁ ତଦନ୍ତ ଚାଲିଛି । ଅଧିକାରୀମାନେ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିବା ବାହାନାରେ ଏକ ବିନା ଲାଇସେନ୍ସପ୍ରାପ୍ତ ହଷ୍ଟେଲରେ ରଖାଯାଇଥିଲା।