ପ୍ରମୂଖ ଖବର
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

୩୦ରୁ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନଯାତ୍ରା

Published By : Rasmita Pradhan | April 23, 2025 8:10 AM

ପୁରୀ,୨୩/୦୪ : ପବିତ୍ର ଅକ୍ଷୟ ତୃତୀୟାରେ ଆରମ୍ଭ ହେବ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା । ଶ୍ରୀମଦନମୋହନ, ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣଙ୍କ ସମେତ ପାଞ୍ଚ ମହାଦେବ ନରେନ୍ଦ୍ର ଜଳରେ ନୌବିହାର କରିବେ । ୩୦ ତାରିଖରେ ଯାତ୍ରା ଶୁଭାରମ୍ଭକୁ ମଝିରେ ରହିଗଲା ମାତ୍ର ୬ ଦିନ । ଏଣୁ ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦର୍ଜୀ ସେବକମାନେ କାର୍ଯ୍ୟ ଅନୁକୂଳ କରିଛନ୍ତି । ଏଥିସହ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ପନ୍ତି ଛାମୁଣ୍ଡିଆ ନିର୍ମାଣ କରାଯାଉଛି । ଚନ୍ଦନ ଯାତ୍ରାରେ ଠାକୁରଙ୍କ ପାଇଁ ୧୭ଟି ଶେଯ, ୨୧ଟି ମାଣ୍ଡି, ୨ଟି ମୃଦଙ୍ଗ ମାଣ୍ଡି ସହ ନନ୍ଦା ଭଦ୍ରା ଡ଼ଙ୍ଗାଦ୍ୱୟ ପାଇଁ ଧଳା ଓ ନାଲି ଚାପମଣ୍ଡଳୀ ତିଆରି ହେଉଛି । ୨ଟି ଡ଼ଙ୍ଗା ପାଇଁ ୮ଗୋଟି ବାଙ୍କ ତିଆରି ହେଉଛି । ୨ଗୋଟି ପାଲିଙ୍କି ପାଇଁ ଚାଳି ତିଆରି ହେବ । ୧୩ ଗୋଟି ଚାନ୍ଦୁଆ ନରେନ୍ଦ୍ର ପରିସରରେ ଲାଗିବ । ତରାସ, ପତାକା, କଳା ଓ ଧଳା ଛତି, ଓଲାର ଓ ଖଣ୍ଡା ଓ ଛୁରିର ସାଜ୍ଜ ତିଆରି ହେବ । ପାଳିଆ ସେବକ ଛୁରି ଓ ଖଣ୍ଡା ଧରି ଠାକୁରଙ୍କ ସହ ଯାତ୍ରା କରିବେ । ସୁନା ବିଞ୍ଛଣା, ଅଳଙ୍କାର ମୁଣି, ପାନ ବଟୁଆ ଆଦିର ସାଜ୍ଜ ତିଆରି ହେବ । 

ସେପଟେ ନରେନ୍ଦ୍ର ପରିସରରେ ମଧ୍ୟ ଚନ୍ଦନଯାତ୍ରା ପ୍ରସ୍ତୁତି ଚାଲିଛି । ଠାକୁରଙ୍କ ନୌବିହାର ପାଇଁ ଚାପ ମରାମତି କରାଯାଉଛି । ପରେ ଚାପ ତିଆରି ସରି ରଙ୍ଗ ଦିଆଯାଇ କନାମଣ୍ଡଣୀ କରାଯିବ । ନରେନ୍ଦ୍ର ପରିସର ରଙ୍ଗ ଚାଲିଛି । ଏପଟେ ଠାକୁରଙ୍କ ଯାତ୍ରା ପଥରେ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ନିର୍ମାଣ ହେଉଛି ପନ୍ତି ଛାମୁଣ୍ଡିଆ । ଲୁହା ପାଇପ୍‌ରେ ପନ୍ତି ଛାମୁଣ୍ଡିଆର ଫ୍ରେମ୍‌ ପ୍ରସ୍ତୁତ ହୋଇଛି । ପରେ ଛାମୁଣ୍ଡିଆରେ ବିଭିନ୍ନ ଫଳ ଓ କୋଳି ଆଦି ଝୁଲାଯିବ । ଏସବୁ କାହିଁ କେଉଁ କାଳର ପରମ୍ପରା । ଠାକୁରଙ୍କ କାର୍ଯ୍ୟ ଯାଥାବିଧି ସମ୍ପନ୍ନ ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତିର ସଂଯୋଜନା କରାଯାଉଛି । ବାହାର ଚନ୍ଦନ ଯାତ୍ରା ସରିଲେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ୨୧ ଦିନିଆ ଭିତର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ ।

ଏହି ଖବରଟିକୁ ପଢନ୍ତୁ-ଏପ୍ରିଲରେ ରେକର୍ଡ ଭାଙ୍ଗିଲା ତାତି, ୨୭ରୁ ତ୍ରାହି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.