ଭୁବନେଶ୍ୱର,୦୩/୦୨: କଳିଙ୍ଗ ବୀରମାନଙ୍କ ବୀରତ୍ୱର ଗାଥାକୁ ମନେପକାଇ ଧଉଳିରେ ଆସନ୍ତା ୬ରୁ ଆରମ୍ଭ ହେବ ୨୨ତମ ଧଉଳି-କଳିଙ୍ଗ ମହୋତ୍ସବ । ଯାହା ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଡ୍ୟାନ୍ସ ଏକାଡେମୀର ଆୟୋଜନ ତଥା ସଂସ୍କୃତି ମନ୍ତ୍ରଣାଳୟ, ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ଭୁବନେଶ୍ୱର ଆର୍ଟ ଭିଜନର ସହଯୋଗରେ ଏହି ସମାରୋହ ହେବାକୁ ଯାଉଛି।  ଏଥିରେ ଭାରତ ତଥା ଭାରତ ବାହାରୁ ଜାତୀୟ ଓ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ନୃତ୍ୟଶିଳ୍ପୀମାନେ ଯୋଗଦେଇ କଳା ପରିବେଷଣ କରିବେ ।ଚ ନୃତ୍ୟ ଓ ସଙ୍ଗୀତ ପରିବେଷଣ ମାଧ୍ୟମରେ ଶାନ୍ତିସ୍ତୂପକୁ ସାକ୍ଷୀ ରଖି କଳାକାରମାନେ ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରଦାନ କରିବେ।

ଆହୁରି ପଢନ୍ତୁ-ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ୍‌ କରୁଥିଲେ ସାବଧାନ! ବାନ୍ଧି ନେବେ ପୁଲିସ, ସୂଚନାଦାତାଙ୍କ ନାଁ ରଖାଯିବ ଗୋପନ

 ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଡ୍ୟାନ୍ସ ଏକାଡେମି ତରଫରୁ ବିଶିଷ୍ଟ ନୃତ୍ୟଶିଳ୍ପୀ, ସଙ୍ଗୀତ ସାଧକ ଓ ନାଟ୍ୟକାରମାନଙ୍କୁ ବୁଦ୍ଧ ସମ୍ମାନ, ସ୍ବର୍ଣ୍ଣ ସ୍ମାରକୀ ସମ୍ମାନ ଏବଂ ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନରେ ସମ୍ମାନିତ କରାଯିବ ବୋଲି  ଓଡିଶା ଡ୍ୟାନ୍ସ ଏକାଡେମୀର ମୁଖ୍ୟ ପଦ୍ମଶ୍ରୀ ଗୁରୁ ଅରୁଣା ମହାନ୍ତି ସୂଚନା ଦେଇଛନ୍ତି । ୩ଦିନ ଧରି ସାଂସ୍କୃତିକ ସମାରୋହରେ ଝୁମିବ ଧଉଳି ପାଦଦେଶ।  କଲାପ୍ରେମୀମାନେ ଏହି ସମାରୋହରେ ଯୋଗଦେବାକୁ ବିଭାଗ ତରଫରୁ ନିବେଦନ କରାଯାଇଛି ।