ପ୍ରମୂଖ ଖବର
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ସଲମାନ ଖାନଙ୍କୁ ହତ୍ୟା ଧମକ ଘଟଣା , ବନ୍ଧା ହେଲା ଅଭିଯୁକ୍ତ

Published By : Anindita Ratha | November 13, 2024 3:19 PM

ମୁମ୍ବାଇ ,୧୩/୧୧:ବଲିଉଡ ଭାଇଜାନ ଅର୍ଥାତ୍ ସଲମାନ ଖାନଙ୍କୁ ହତ୍ୟା ଧମକ ଘଟଣା  ।  ଏନେଇ  ବନ୍ଧା ହେଲା ଅଭିଯୁକ୍ତ । ହତ୍ୟା ଧମକ ସହ ୫ କୋଟି ଟଙ୍କା ମାଗିଥିବା ଅଭିଯୁକ୍ତ ଜଣକ ଜଣେ ଗୀତିକାର । ଅଭିଯୁକ୍ତ ଗୀତିକାରଙ୍କ ନାମ ସୋହେଲ ପାଶା । ମଙ୍ଗଳବାର ଦିନ କର୍ଣ୍ଣାଟକର ରାଇଚୁରରୁ ଅଭିଯୁକ୍ତକୁ ଗିରଫ କରିଛି ମୁମ୍ବାଇ ପୋଲିସ । ସେ ସଲମାନଙ୍କୁ ହତ୍ୟା ଧମକ ଦେବା ସହ ୫କୋଟି ଟଙ୍କା ମାଗିଥିଲେ ।

ସୂଚନା ଅନୁଯାୟୀ, ସୋହେଲ ପାଶାଙ୍କୁ କର୍ଣ୍ଣାଟକର ରାଇଚୁରରୁ ଗିରଫ କରାଯାଇଛି । ସେ ତାଙ୍କ ଦ୍ୱାରା ଲିଖିତ ଏକ ଗୀତକୁ ପ୍ରସିଦ୍ଧ କରିବାକୁ ଚାହୁଁଥିଲେ । ଏଥିପାଇଁ ସେ ଏହି କୌଶଳ ଆପଣେଇଥିଲେ । ପ୍ରକାଶ ଥାଉକି, ନଭେମ୍ବର ୭ ରେ ମୁମ୍ବାଇ ଟ୍ରାଫିକ ପୋଲିସର ହ୍ୱାଟସାପ ହେଲ୍ପଲାଇନ ନମ୍ୱରରେ ଅନେକ ମେସେଜ ଗ୍ରହଣ କରାଯାଇଥିଲା ଯେଉଁଥିରେ ଅଭିଯୁକ୍ତ ନିଜକୁ ବିଷ୍ଣୌଇ ଗ୍ୟାଙ୍ଗର ସଦସ୍ୟ କହିବା ସହ ଯଦି ସଲମାନ ଖାନ ୫ କୋଟି ଟଙ୍କା ନ ଦିଅନ୍ତି ତେବେ ତାଙ୍କୁ ହତ୍ୟା କରାଯିବ ବୋଲି କହିଥିଲେ । ଏଥିସହ ଅଭିଯୁକ୍ତ ଆହୁରି କହିଥିଲେ ଯେ ସେ 'ମେନ୍ ସିକନ୍ଦର ହୁନ୍' ଗୀତର ଲେଖକଙ୍କୁ ମଧ୍ୟ ହତ୍ୟା କରିବେ । ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ମୋବାଇଲ ନମ୍ବର ଅନୁସନ୍ଧାନ କରିଥିଲା ଯେଉଁଠାରୁ ରାଇଚୁରରୁ ମେସେଜ ଆସିଥିବା ଜାଣିବାକୁ ପାଇଥିଲା । ତେବେ  ଏହି ମାମଲାର ତଦନ୍ତ କରୁଥିବା ମୁମ୍ବାଇ କ୍ରାଇମବ୍ରାଞ୍ଚ ଯେଉଁ ମୋବାଇଲ୍ ମେସେଜ ପଠାଯାଇଥିଲା ତାହାର ଅନୁସନ୍ଧାନ କରିଛି । ଏହି ନମ୍ୱର କର୍ଣ୍ଣାଟକର ଜଣେ ଭେଙ୍କଟେଶ ନାରାୟଣଙ୍କ ନାଁ ଥିବା ଜାଣିବାକୁ ପାଇଥିଲା । ନାରାୟଣ ପୋଲିସକୁ କହିଛନ୍ତି ଯେ, ନଭେମ୍ବର ୩ରେ ଜଣେ ଅପରିଚିତ ବ୍ୟକ୍ତି ତାଙ୍କ ନିକଟକୁ ଯାଇ ପଚାରିଥିଲେ ଯେ ସେ ନାରାୟଣଙ୍କ ଫୋନ ନେଇପାରିବେ ତେଣୁ ସେ ତାଙ୍କ ସହ କଥା ହୋଇପାରିବେ । ତା’ପରେ ଓଟିପି ମାଧ୍ୟମରେ ତାଙ୍କ ଫୋନରୁ ତାଙ୍କ ହ୍ୱାର୍ଟସପ୍ ନମ୍ବରକୁ ଲଗ୍ ଇନ୍ କରି ମୁମ୍ବାଇ ପୋଲିସର ଟ୍ରାଫିକ୍ କଣ୍ଟ୍ରୋଲ୍ ରୁମକୁ ଏକ ଧମକପୂର୍ଣ୍ଣ ମେସେଜ ପଠାଇଥିଲେ । ତେବେ ପାଶାଙ୍କୁ ମୁମ୍ବାଇ ଅଣାଯାଇ ଅଧିକ ତଦନ୍ତ ପାଇଁ ୱର୍ଲି ପୋଲିସକୁ ହସ୍ତାନ୍ତର କରାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.